ଦୁର୍ଦ୍ଦାନ୍ତ ମାଓବାଦୀରରୁ କ୍ୟାଟ୍ୱାକ୍, ରାମ୍ପରେ ଚାଲିଲେ ଆତ୍ମସମର୍ପଣ କରିଥିବା ମହିଳା
ଦିନ ଥିଲା ଲାଲବାହିନୀରେ ସାମିଲ ହୋଇ ବନ୍ଧୁକ ଧରୁଥିଲେ। ଆଉ ରକ୍ତରେ ଖେଳୁଥିଲେ ହୋଲି। ଜଙ୍ଗଲରେ ଲୁଚି ଛପି ରହି ସ୍ୱାଭାବିକ ଜୀବନ ବଞ୍ଚିବା ଯେମିତି ଭୁଲି ଯାଇଥିଲେ । ହେଲେ ଏବେ ଆଉ ତାହା ନାହିଁ । ଜୀବନକୁ ମନଭରି ଉପଭୋଗ କରିବାକୁ ନୂଆ ସୁଯୋଗ ଜୁଟିଛି । ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିବା ବସ୍ତରର ଏହି ମହିଳା ମାଓବାଦୀଙ୍କୁ ଏବେ ରାମ୍ପଓ୍ବାକ୍ କରୁଥିବା ଦେଖିବାକୁ ମିଳିଛି । ପେସାଦାର ମଡେଲଙ୍କ ଠାଣିରେ ସେମାନେ କ୍ୟାଟୱାକ କରି ଦର୍ଶକଙ୍କ ମନ ଜିଣିଛନ୍ତି ।
