ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଖିଲାଡୀ କୁମାର: ହେବେ ବ୍ରାଣ୍ଡ ଆମ୍ବାସାଡର

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟିଛନ୍ତି ଖିଲାଡୀ କୁମାର | ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ କୁ ନେଇ ରାଜି ହୋଇଛନ୍ତି | ଯାହା ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଆଣିଦେଇଛି ଖୁସି ଖବର | ଅକ୍ଷୟ କୁମାର ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି । ଆଜି ଅକ୍ଷୟ କୁମାର ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଭିନେତାଙ୍କୁ ଏକ ପାହାଡି କ୍ୟାପ୍ ପିନ୍ଧାଇ ତାଙ୍କୁ ଫୁଲ ଉପହାର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅଭିନେତାଙ୍କୁ କେଦାରନାଥ ମନ୍ଦିରର ଏକ ପ୍ରତିମୂର୍ତ୍ତି ମଧ୍ୟ ପ୍ରଦାନ କରିଛନ୍ତି । ଦିଆଯାଇଥିବା ପ୍ରସ୍ତାବକୁ ଅଭିନେତା ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟ କରିବେ ।

ବର୍ତ୍ତମାନ ଅକ୍ଷୟ କୁମାର ମଶୂରୀ(ଉତ୍ତରାଖଣ୍ଡ)ରେ ଅଛନ୍ତି ଏବଂ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଅଭିନେତ୍ରୀ ରକୁଲପ୍ରୀତ ସିଂ ମଧ୍ୟ ତାଙ୍କ ସହ ସୁଟିଂ ସେଟରେ ଅଛନ୍ତି । ନିକଟରେ ଏଠାରୁ ସୁଟିଂର ଏକ ଭିଡିଓ ମଧ୍ୟ ସେୟାର କରାଯାଇଥିଲା, ଯେଉଁଥିରେ ତାଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଥିଲା ​| ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ଅନେକ ସିନ୍‌ ବାରଲୋଗଞ୍ଜର ମେନ ବଜାର ଏବଂ ସେଣ୍ଟ ଜର୍ଜ କଲେଜରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରକୁଲପ୍ରୀତ ସିଂ ମୁଖ୍ୟ ଭୂମିକାରେ ନଜର ଆସିବେ |

Related Posts