ଓୱେସୀଙ୍କୁ ମିଳିଲା ଜେଡ୍‌ ସୁରକ୍ଷା

ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ମିଳିଲା ଜେଡ୍‌ ସୁରକ୍ଷା | ଭାରତ ସରକାର ଆଜି ଜେଡସ୍ତରୀୟ ସୁରକ୍ଷା ଯୋଗାଇ ଦେଇଛନ୍ତି। ଏହାର ଅର୍ଥ ତାଙ୍କ ସୁରକ୍ଷାକାମରେ ଏବେ ୨୨ ଜଣ ଯବାନ ରହିବେ। ଏମାନଙ୍କ ମଧ୍ୟରେ ୪ରୁ ୬ ଜଣ ଏନଏସ୍‌ଜି କମାଣ୍ଡୋ ରହିବାର ବ୍ୟବସ୍ଥା ରହିଛି। ସିଆରପିଏଫ ପକ୍ଷରୁ ଓୱେସୀଙ୍କୁ ୨୪ ଘଣ୍ଟା ସୁରକ୍ଷା ଦିଆଯିବ ବୋଲି ଜଣାପଡ଼ିଛି।

ଗୁରୁବାର ଓୱେସୀ ଉତ୍ତର ପ୍ରଦେଶର ମୀରଟ ଅନ୍ତର୍ଗତ କିଥାଉରରେ ପ୍ରଚାର କରିବାକୁ ଯାଇଥିଲେ। ସେଠାରୁ ଦିଲ୍ଲୀ ଫେରୁଥିଲେ। ତେବେ ତାଙ୍କ ଗାଡ଼ି ଉପରକୁ ଚାଜାରସି ଟୋଲ ପ୍ଲାଜା ନିକଟରେ ଗୁଳିମାଡ଼ ହୋଇଥିଲା। ଗୁଳିମାଡ଼ରେ ଗାଡ଼ିର ଚକା ଫାଟି ଯାଇଥିବା ବେଳେ ଗାଡ଼ିରେ ମଧ୍ୟ ଦୁଇଟି ଗୁଳି ମାଡ଼ ହେବାର ଚିହ୍ନ ରହିଥିଲା।

ଏହାକୁ ନେଇ ବିବାଦ ଚାଲିଥିବା ବେଳେ ଆଜି ଭାରତ ସରକାର ଓୱେସୀଙ୍କ ପାଇଁ ଜେଡସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଗୁଳିମାଡ଼ ଘଟଣାରେ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଓୱେସୀ ଓ ତାଙ୍କ ଭାଇ ଅକବରଦୁଦ୍ଦିନ ଦେଉଥିବା ବୟାନରେ କ୍ଷୁବ୍ଧ ହୋଇ ଗିରଫ ଯୁବକ ଦ୍ୱୟ ତାଙ୍କୁ ଗୁଳିମାଡ଼ କରିଥିବା ପୁଲିସ୍‌ ଆଗରେ କହିଥିବା ଜଣାପଡ଼ିଛି। ପୁଲିସ୍‌ ସେମାନଙ୍କ ନିକଟରୁ ଭାରତରେ ତିଆରି ଗୋଟିଏ ବନ୍ଧୁକ ଜବତ କରିଛି।

ଅନ୍ୟପକ୍ଷରେ ଓୱେସୀ ଜେଡସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ କି ନାହିଁ, ତା’ ମଧ୍ୟ ଏବେ ବଡ଼ ପ୍ରଶ୍ନ। କାରଣ ସେ ଭାରତ ସରକାରଙ୍କ ଏପରି ଘୋଷଣା ପୂର୍ବରୁ କୌଣସି ସୁରକ୍ଷା ବ୍ୟବସ୍ଥା ଆବଶ୍ୟକ କରୁ ନଥିବା କହିଥିଲେ। ସେ କହିଥିଲେ, “ମୁଁ ୧୯୯୪ରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଛି। ମୁଁ କେବେ ହେଲେ ସୁରକ୍ଷା ମାଗିନି କିମ୍ବା କେବେ ହେଲେ ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରିବିନି।

ମୋ ସୁରକ୍ଷା ଦାୟିତ୍ୱ ସରକାରଙ୍କ ଉପରେ ରହିଛି। ଗୁରୁବାର ହମଲା ପଛରେ ନିଶ୍ଚିତ କେହି ମାଷ୍ଟରମାଇଣ୍ଡ ରହିଛି। ଏ ସମ୍ପର୍କରେ ମୁଁ ନିର୍ବାଚନ କମିଶନଙ୍କୁ ଜଣାଇବି। କିଛି ଦିନ ତଳେ ପ୍ରୟାଗରାଜରେ ଅନୁଷ୍ଠିତ ଧର୍ମ ସଂସଦରେ ମୋ ଜୀବନ ନେବାକୁ ଆଲୋଚନା ହୋଇଥିଲା। ଏହାର ପ୍ରମାଣ ମଧ୍ୟ ମୋ ପାଖରେ ରହିଛି। ଗତକାଲି ଗୁଳିମାଡ଼ ଘଟଣାରେ ୨ ଜଣ ଯୁବକ ଥିଲେ। ସେମାନେ କୌଣସି ଦେଶୀ ବନ୍ଧକରୁ ଗୁଳି ଚଳାଇ ନାହାନ୍ତି। ଫାୟାରିଂ ଶବ୍ଦରୁ ଜଣା ପଡ଼ୁଛି ଯେ ସେମାନେ ୯ ଏମଏମ ପିସ୍ତଲ କିମ୍ବା ସେଭଳି କୌଣସି ବନ୍ଧୁକ ବ୍ୟବହାର କରିଥିଲେ।

Related Posts