କଂଗ୍ରେସକୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ: କଂଗ୍ରେସକୁ ଗୋଟିଏ ଭୋଟ ଦେବାର ଅର୍ଥ ପରୋକ୍ଷରେ ବିଜେପିକୁ ଗୋଟିଏ ଭୋଟ ଦେବା ସହ ସମାନ

କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଗୋଆ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ୍ କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ । ସେ କହିଛନ୍ତି କଂଗ୍ରେସକୁ ଗୋଟିଏ ଭୋଟ ଦେବାର ଅର୍ଥ ପରୋକ୍ଷରେ ବିଜେପିକୁ ଗୋଟିଏ ଭୋଟ ଦେବା ସହ ସମାନ ।

କଂଗ୍ରେସ ବିଧାୟକ ଓ ନେତାମାନେ ଗୋଆରେ କ୍ଷମତାସୀନ ବିଜେପିରେ ଯୋଗ ଦେବାର ଟ୍ରେଣ୍ଡକୁ ଦେଖି କେଜ୍ରିୱାଲ ଏପରି କହିଛନ୍ତି। ଗୋଆରେ ବିଜେପି ଓ ଆପ୍‌ ମଧ୍ୟରେ ଲଢ଼େଇ ହେବ। ବିଜେପିକୁ ବିଦା କରିବାକୁ ହେଲେ ଲୋକମାନେ ଆପ୍‌କୁ ଭୋଟ ଦେବା ଉଚିତ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୧୪ରେ ଗୋଆର ସମସ୍ତ ୪୦ ଆସନରେ ଭୋଟିଂ ହେବ। ମାର୍ଚ୍ଚ ୧୦ରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ

Related Posts