କଂଗ୍ରେସ ପାର୍ଟିରେ ରାହୁଲ କାଳ ଚାଲିବ ସେତେବେଳ ପର୍ଯ୍ୟନ୍ତ କଂଗ୍ରେସ ରାହୁ କାଳରୁ ମୁକ୍ତି ପାଇବ ନାହିଁ: କେନ୍ଦ୍ର ଅର୍ଥମନ୍ତ୍ରୀ

୫ ଟି ରାଜ୍ୟର ନିର୍ବାଚନୀ ଓ ତାର ପ୍ରଚାର ପ୍ରସାର ପାଇଁ ମୈଦାନ ଏବେ ଗରମ ଥିବା ବେଳେ, ଏହାର ପ୍ରଭାବ ବି ସଂସଦରେ ପଡିଛି | ଆରୋପ ଓ ପ୍ରତ୍ୟାରୋପ ମଧ୍ୟରେ ରାଜ୍ୟସଭାରେ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ରାଜ୍ୟସଭାରେ ବଜେଟ ଆଲୋଚନାରେ ଭାଗନେଇ ବଜେଟ ବାବଦରେ ମତ ପ୍ରକାଶ କରୁଥିବା ବେଳେ, ଏହାରି ମଧ୍ୟରେ ବିରୋଧୀ ସାଂସଦମାନେ ଅମୃତ କାଳକୁ ନେଇ ଅର୍ଥମନ୍ତ୍ରୀଙ୍କୁ ଟିପ୍ପଣୀ କରିଥିଲେ । ଏହାର ପ୍ରତିଉତ୍ତରରେ ଅର୍ଥମନ୍ତ୍ରୀ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି ।

ସେ କହିଥିଲେ କି ଯେତେଦିନ ପର୍ଯ୍ୟନ୍ତ କଂଗ୍ରେସରେ ରାହୁଲ କାଳ ରହିବ ସେପର୍ଯ୍ୟନ୍ତ ଦଳରେ ରାହୁ କାଳ ସମାପ୍ତ ହେବ ନାହିଁ ।

କହିରଖୁ କି ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେତେବେଳେ ସରକାରୀ ଯୋଜନା ବାବଦରେ ଆଲୋଚନ କରୁଥିଲେ ଏହି ସମୟରେ ବିରୋଧୀ ସାଂସଦମାନେ ଅମୃତକାଳ ଶବ୍ଦକୁ କଟାକ୍ଷ କରି ଏହା ରାହୁ କାଳ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅର୍ଥମନ୍ତ୍ରୀ କହିଥିଲେ କି ଆପଣମାନଙ୍କ ପାର୍ଟି ପାଇଁ ଏହା ରାହୁ କାଳ ହୋଇପାରେ, କାରଣ ଯେତେବେଳ ପର୍ଯ୍ୟନ୍ତ କଂଗ୍ରେସ ପାର୍ଟିରେ ରାହୁଲ କାଳ ଚାଲିବ ସେତେବେଳ ପର୍ଯ୍ୟନ୍ତ କଂଗ୍ରେସ ରାହୁ କାଳରୁ ମୁକ୍ତି ପାଇବ ନାହିଁ । କେବଳ ସେତିକି ନୁହେଁ ଅର୍ଥମନ୍ତ୍ରୀ କଂଗ୍ରେସ ଓ ତାର ନୀତି ଉପରେ ପ୍ରବଳ ବର୍ଷିଛନ୍ତି ।

Related Posts