ୟୁପିର ପ୍ରୟାଗରାଜରେ ଆରମ୍ଭ ହୋଇଛି ମାଘମେଳା | ଏହି ମାଘମେଳାରେ କରୋନା ବିସ୍ପୋରକ ରୂପ ଧାରଣା କରିପାରେ | ଆସ୍ଥାର ଏହି ମେଳା ସୁପରସ୍ପ୍ରେଡର ହୋଇପାରେ ବୋଲି କୁହାଯାଉଛି । ଆଜି ମକର ମେଳା ପାଇଁ ଲକ୍ଷ ଲକ୍ଷ ଲୋକ ବୁଡ ପକାଉଛନ୍ତି । ଏଠାରେ ବର୍ତମାନ ସୁଦ୍ଧା ୭୦ ପଜିଟିଭି ଚିହ୍ନଟ ହୋଇସାରିଲେଣି । ୪୭ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଭକ୍ତ ସାମିଲ ହେବେ ।
ଲୋକଙ୍କ ସମାଗମକୁ ଦେଖି ଆୟୋଜନ ବି ବଡ ହୋଇଛି । କିନ୍ତୁ କରୋନା ମାମଲା ବଢୁଥିବାବେଳେ ଏଭଳି ମାଘମେଳାର ଆୟୋଜନ ନେଇ ପ୍ରଶ୍ନ ଉଠୁଛି । ମକର ସଂକ୍ରାନ୍ତି ପୂର୍ବରୁ ୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ସୁରକ୍ଷାକର୍ମୀ ଓ ଅଳ୍ପ କିଛି ଲୋକଙ୍କ ଟେଷ୍ଟରୁ ଏହି ସଂଖ୍ୟା ଆସିଛି । ଆଜିଠୁ ଭକ୍ତଙ୍କ ଆଗମନ ବଢିବ । ଏଭଳି ସମୟରେ ଯାଂଚ ହେଲେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ୧୭ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ପ୍ରୟାଗରାଜରେ ସାଧୁ ସନ୍ଥ ଏକାଠି ହେବେ । କୋଭିଡ ନିୟମ ପାଳନ କରାଯାଉଥିବା ପ୍ରଶାସନ ପକ୍ଷରୁ ଦାବି କରାଯାଉଥିଲେ ବି ସଂକ୍ରମଣ ବଢୁଥିବାରୁ ସମସ୍ତଙ୍କ ଚିନ୍ତା ବି ବଢିଯାଇଛି ।





