କଶ୍ମୀର ବଡଗାମର ଜୋଲୱା କ୍ରାଲପୋରା ଛାଦୋରା ଅଞ୍ଚଳରେ ଏନକାଉଣ୍ଟର, ୩ ଆତଙ୍କବାଦୀ ନିହତ

କଶ୍ମୀର ବଡଗାମର ଜୋଲୱା କ୍ରାଲପୋରା ଛାଦୋରା ଅଞ୍ଚଳରେ ଏନକାଉଣ୍ଟର | ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛି | ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି କଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ସେମାନଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ କରାଯାଇଛି । ଏପର୍ଯ୍ୟନ୍ତ ନିହତ ଆତଙ୍କବାଦୀଙ୍କ ପରିଚୟ ମିଳି ନାହିଁ ।

ସୂଚନାଯୋଗ୍ୟ, କଶ୍ମୀରରେ ବାରମ୍ବାର ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହେଉଥିବା ମୁହାଁମୁହିଁରେ ଏହା ଏକ ବଡସଫଳତା ବୋଲି କୁହାଯାଉଛି । ତେବେ ଅନେକ ସମୟରେ ଆତଙ୍କବାଦୀ ମାନେ ସୀମା ମଧ୍ୟ ଙ୍କୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ, ସୁରକ୍ଷାକର୍ମୀ ତାଙ୍କ ଚେଷ୍ଟା କୁ ବିଫଳ କରିବାରେ ଲାଗିଛନ୍ତି |

Related Posts