ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ: ୧୪ ନୁହେଁ ୨୦ରେ ହେବ ମତଦାନ

ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ ଘୁଂଚିଲା । ଫେବୃଆରୀ ୧୪ ପରିବର୍ତ୍ତେ ୨୦ରେ ହେବ ମତଦାନ । ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ପଞ୍ଜାବରେ ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ପଞ୍ଜାବ ସରକାର ତେନ୍ଦ୍ର ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ତାରିଖ ଘୁଂଚାଇବାକୁ ନିବେଦନ କରିଥିଲେ । ପଂଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ କମିଶନଙ୍କୁ ଚିଠି ଲେଖି ନିର୍ବାଚନ ତାରିଖ ଘୁଚାଂଇବାକୁ ନିବେଦନ କରିଥିଲେ । ପରେ ଏନେଇ ଶୁଣାଣି ପରେ ନିର୍ବାଚନ ତାରିଖ ଘୁଂଚିଛି |

ପଞ୍ଜାବର ୧୧୭ଟି ଆସନ ଲାଗି ଫେବ୍ରୁଆରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ଭୋଟ କରିବା ଲାଗି ନିର୍ବାଚନ କମିଶନ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଦର୍ଶାଇଥିଲେ ଯେ, ପଞ୍ଜାବ ଜନସଂଖ୍ୟାର ୩୨ ପ୍ରତିଶତ ହେଉଛନ୍ତି ତଫସିଲଭୁକ୍ତ ଜାତି ବର୍ଗର ଲୋକ । ସେମାନେ ଫେବ୍ରୁଆରୀ ୧୦ରୁ ୧୬ ତାରିଖ ପର୍ଯ୍ୟନ୍ତ ଗୁରୁ ରବିଦାସଙ୍କ ଜୟନ୍ତୀ ଲାଗି ଉତ୍ତରପ୍ରଦେଶ ବନାରସକୁ ଯାଇଥାନ୍ତି । ତେଣୁ ୧୪ରେ ହେବାକୁ ଥିବା ନିର୍ବାଚନରେ ସେମାନେ ମତଦାନ କରିବା ଅସୁବିଧା ହେବ ।

ନିର୍ବାଚନ ତାରିଖ ଘୁଞ୍ଚାଇବା ଲାଗି ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଚନ୍ନୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପତ୍ର ଲେଖିଥିଲେ । ପଞ୍ଜାବ ଆମ ଆଦମି ପାର୍ଟି ନେତା ଭଗବନ୍ତ ମନ୍ ମଧ୍ୟ ନିର୍ବାଚନ ଘୁଞ୍ଚାଇବା ଲାଗି କମିଶନଙ୍କ ନିକଟରେ ଅନୁରୋଧ କରିଥିଲେ । ଚିଠି ପାଇବା ପରେ ନିର୍ବାଚନ ଆୟୋଗ ଅଭିଯୋଗକୁ ବିଚାର ବିମର୍ଶ କରିଥିଲେ । ୧୪ ନୁହେଁ ଫେବୃଆରୀ ୨୦ରେ ହିଁ ବିଧାନସଭା ନିର୍ବାଚନ ହେବା ଲାଗି ଘୋଷଣା କରିଛନ୍ତି ।

Related Posts