ଚର୍ଚ୍ଚାରେ ତିର୍ତ୍ତୋଲ ବିଜେଡି ବିଧାୟକ: ବାନ୍ଧବୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ

ଚର୍ଚ୍ଚାରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟଶଙ୍କର ଦାସ । ତାଙ୍କୁନେଇ ଏବେ ସରଗରମ ହୋଇଛି ଜଗତସିଂହପୁର ଜିଲ୍ଲା ରାଜନୀତି । ଯୁବ ବିଧାୟକ ଶ୍ରୀ ଦାସଙ୍କର ଜଣେ ଯୁବତୀଙ୍କ ସହ ଏହି ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଭାଇରାଲ ହେଉଛି। ତେବେ ବିଧାୟକ ଶ୍ରୀ ଦାସ ଏଭଳି ଫଟୋ ତାଙ୍କର ନୁହେଁ ବୋଲି ସିଧାସଳଖ ଫାଙ୍କି ଦେବା ପରୋକ୍ଷରେ ଆଉ ଏକ ମମିତା ମେହେର ମାମଲାର ପୁନରାବୃତ୍ତି ହେବାର ଆଶଙ୍କା ସୃଷ୍ଟି କରିଛି। ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଯୁବ ବିଧାୟକ ଶ୍ରୀ ଦାସଙ୍କ ପ୍ରେମ, ପ୍ରତାରଣା ଓ ଧୋକାର ଏକ ନୂଆ ଦିଗ ଶାସକ ବିଜେଡିର ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଜଣାପଡ଼ିଛି।

ମିିଳିଥିବା ସୂଚନା ଅନୁସାରେ, ତିର୍ତ୍ତୋଲର ଯୁବ ବିଜେଡି ବିଧାୟକ ଶ୍ରୀ ଦାସଙ୍କର ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଗତ କିଛିଦିନ ଧରି ଫେସବୁକରେ ଭାଇରାଲ ହେଉଛି। ଜଗତସିଂହପୁର ଟାଉନର ଜଣେ ଯୁବତୀ ନିଜ ଫେସବୁକ ଆକାଉଣ୍ଟ ମାଧ୍ୟମରେ ବିଧାୟକଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରୁଛନ୍ତି। ତେବେ ସମ୍ପୃକ୍ତ ଯୁବତୀ କିଏ ଓ ଏସବୁ ଫଟୋ ସେ କେଉଁଠୁ ପାଇଲେ, ତାଙ୍କର ବିଧାୟକଙ୍କ ସହ କି ସମ୍ପର୍କ ରହିଛି ସେ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିନି।

ସୂଚନାଯୋଗ୍ୟ, ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ଆସନରୁ ବିଜେଡି ଟିକେଟରେ ବିଧାୟକ ଭାବେ ତାଙ୍କ ପୁଅ ବିଜୟଶଙ୍କର ନିର୍ବାଚିତ ହୋଇଥିଲେ ।

Related Posts