ଜମ୍ମୁ ପୋଲିସକୁ ସଫଳତା: କାର୍‌ରୁ ୧୮ କୋଟି ଟଙ୍କାର ହେରୋଇନ୍ ଜବତ, ୨ ଗିରଫ

ଜମ୍ମୁ-କାଶ୍ମୀରରେ ବଢୁଛି ନିଶା କାରବାର | ଏନେକ ସମୟରେ ପୋଲିସ ନିଶା କାରବାରରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ, ପୋଲିସ ଶନିବାର ବାରମୂଳା ଜିଲ୍ଲାରେ ୧୮ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି ।

ସୂଚନାନୁସାରେ, ଜମ୍ମୁ ପୋଲିସ ଦାଚୀରୁ ବାସଗ୍ରାନ୍ ରାସ୍ତାରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଦୁଇଟି ଗାଡି ସନ୍ଦେହଜନକ ଅବସ୍ଥାରେ ଥିବା ଦେଖି ପୋଲିସ ଅଧିକାରୀ ଅଟକିବାକୁ କହିଥିଲେ । କିନ୍ତୁ ଗାଡି ଦୁଇଟି ଅଟକି ନଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ପିଛା କରି ଧରିବାରେ ସଫଳ ହୋଇଥିଲା ।ଛାନଭିନ୍ ପରେ ଗାଚିରୁ ୧୮ କୋଟି ଟଙ୍କାର ହେରୋଇନ୍ ଜବତ ହୋଇଥିଲା । ଏହାସହ ବିପୁଳ ମାତ୍ରାରେ ଟଙ୍କା ମଧ୍ୟ ମିଳିଥିଲା ।

ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ମହମ୍ମଦ ସବିର ଓ ପରଭେଜ୍ ଅହମ୍ମଦ । ମହମ୍ମଦ ପାଖରୁ ହେରୋଇନ୍ ଓ ଟଙ୍କା ମିଳିଥିଲା । ଅନ୍ୟ ଅଭିଯୁକ୍ତ ପାଖରୁ ପୋଲିସ ଏକ ଖାଲି ଚେକ୍ ପାଇଥିଲା । ଉଭୟଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି ।

Related Posts