ଜେଲରୁ ବାହାରକୁ ବାହାରିଲେ ହରିୟାଣା ଉପମୁଖ୍ୟମନ୍ତ୍ରୀଙ୍କ ବାପା

ଶିକ୍ଷକ ନିଯୁକ୍ତି ଜାଲିଆତି କରିବା ଘଟଣାରେ ସଂପୃକ୍ତି ଥିବା ନେଇ ଜେଲ୍ ରେ ଥିବା ପୂର୍ବତନ ଏମପି ଅଜୟ ଚୌତାଲା ବାହାରକୁ ବାହାରିଛନ୍ତି । ୧୦ ବର୍ଷ ପରେ ସେ ଜେଲରୁ ମୁକୁଳିଛନ୍ତି ।

ସୂଚନାଯୋଗ୍ୟ, ଶିକ୍ଷକ ଦୁର୍ନୀତି ମାମଲାରେ ଅଜୟ ଚୌତାଲା, ତାଙ୍କ ବାପା ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ସମେତ ୫୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୩୦୦୦ ଶିକ୍ଷକଙ୍କୁ ବେଆଇନ ନିଯୁକ୍ତିରେ ଏମାନଙ୍କ ସିଧାସଲଖ ସମ୍ପୃକ୍ତି ଥିଲା। ନକଲି କାଗଜପତ୍ର ଆଧାରରେ ୩୦୦୦ ଶିକ୍ଷକଙ୍କୁ ହାୟାର କରିଥିଲେ। ଫଳରେ ଯୋଗ୍ୟ ଆବେଦନକାରୀମାନେ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ।

Related Posts