ଟପ୍-୧୦ ରାଜନୈତିକ ଦଳ ମଧ୍ୟରେ ପ୍ରଥମ ସ୍ଥାନରେ ବିଜେପି

ନୂଆଦିଲ୍ଲୀ : ଆଜି ଭାରତୀୟ ଜନତା ପାର୍ଟି ନିଜର ୪୨ତମ ସ୍ଥାପନା ଦିବସ ପାଳନ କରୁଛି । ମାତ୍ର ୪୨ ବର୍ଷ ପୂର୍ବେ ଗଠିତ ହୋଇଥିବାରୁ ପାର୍ଟି ଏବେ ସମଗ୍ର ଦେଶରେ ଶାସନ କରୁଛି । ବେଶ୍ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଛି ବିଜେପି । ତେବେ ଆସନ୍ତୁ ଜାଣିବା ଟପ୍-୧୦ ରାଜନୈତିକ ଦଳ ବିଷୟରେ ?

୧ – ଭାରତୀୟ ଜନତା ପାର୍ଟି(ବିଜେପି)

୧୯୮୦ରେ ସ୍ଥାପନ ହୋଇଥିବା ଭାରତୀୟ ଜନତା ପାର୍ଟି(ବିଜେପି) ଆଜି ଦୁନିଆର ସବୁଠୁ ବଡ ପାର୍ଟି। ବିଜେପିର ଦାବି ମୁତାବକ ୧୮ କୋଟିରୁ ଅଧିକ ଲୋକ ପାର୍ଟିର ସଦସ୍ୟ ରହିଛନ୍ତି। ଏହି ଦୃଷ୍ଟିରୁ ଦେଶ ଜନ ସଂଖ୍ୟାର ୧୩ ପ୍ରତିଶତ ଲୋକ ବିଜେପିର କାର୍ଯ୍ୟକର୍ତ୍ତା। ବର୍ତ୍ତମାନ ସମୟରେ ୧୨ ରାଜ୍ୟରେ ବିଜେପିର ସରକାର ରହିଛି। ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ବିଜେପିର ସାଂସଦ ସଂଖ୍ୟା ପ୍ରାୟ ଛଅ କୋଟି ଥିଲା। ଗତ ସାତ ବର୍ଷରେ ଏଥିରେ ୧୨ କୋଟି ବୃଦ୍ଧି ଘଟିଛି।

୨ – ଚାଇନିଜ କମ୍ୟୁନିଷ୍ଟ ପାର୍ଟି(ସିସିପି)

୧୯୨୧ ଜୁଲାଇ ୩୧ରେ ଦୁନିଆ ଦ୍ଵିତୀୟ ସବୁଠୁ ବଡ ପାର୍ଟି ହେଉଚି ସିସିପି। ସିସିପି ନଅ କୋଟିରୁ ଅଧିକ ସଦସ୍ୟ ଥିବା ଦାବି କରିଥାଏ।

୩ – ଡେମୋକ୍ରାଟିକ ପାର୍ଟି(ଡିଇଏମ)

୧୮୨୮ ଜାନୁଆରୀ ୨୮ରେ ଆମେରିକାରେ ଡେମୋକ୍ରାଟିକ ପାର୍ଟିର ସ୍ଥାପନା ହୋଇଛି। ଅର୍ଥାତ ଏହି ପାର୍ଟିକୁ ଆରମ୍ଭ ହେବାର ୧୯୪ ବର୍ଷ ବିତି ସାରିଛି। ପାର୍ଟିର ଦାବି ମୁତାବକ ଦଳର ୪.୮୦ କୋଟି କାର୍ଯ୍ୟକର୍ତ୍ତା ଅଛନ୍ତି।

୪ – ରିପବ୍ଲିକନ ପାର୍ଟି(ଆରଇପି)

ଆମେରିକାର ଚର୍ଚ୍ଚିତ ରିପବ୍ଲିକନ ପାର୍ଟି ଦୁନିଆର ଚତୁର୍ଥ ସବୁଠୁ ବଡ ପାର୍ଟି। ଏହାର ସ୍ଥାପନା ୧୮୫୪ ମାର୍ଚ୍ଚ ୨୦ରେ ହୋଇଥିଲା। ପାର୍ଟି ନିକଟରେ ଏବେ ୩.୫୭ କୋଟି କାର୍ଯ୍ୟକର୍ତ୍ତା ଅଛନ୍ତି।

୫ – ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି)

ଭାରତର ସବୁଠୁ ପୁରୁଣା ପାର୍ଟି ହେଉଛି କଂଗ୍ରେସ। ଏହାର ସ୍ଥାପନା ୧୮୮୫ରେ ହୋଇଥିଲା। କଂଗ୍ରେସର କାର୍ଯ୍ୟକର୍ତ୍ତାଙ୍କ ସଂଖ୍ୟା ହେଉଛି ୧.୮୦ କୋଟି। ଯଦି ଜନସଂଖ୍ୟା ହିସାବରେ ଦେଖାଯାଏ ତେବେ ଦେଶର ୧.୬୦ ପ୍ରତିଶତ ଲୋକେ କଂଗ୍ରେସର ସଦସ୍ୟ।

୬- ପାକିସ୍ତାନ ତହରିକ ଏ ଇନସାଫ(ପିଟିଆଇ)

ପାକିସ୍ତାନର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଳି ଇମ୍ରାନ ଖାନ ୧୯୯୬ ଏପ୍ରିଲ ୨୫ରେ ପିଟିଆଇର ସ୍ଥାପନା କରିଥିଲେ। ପିଟିଆଇର ସଂପ୍ରତି ୧.୬୯ କୋଟି ସଦସ୍ୟ ଅଛନ୍ତି। ପାର୍ଟି ନିର୍ବାଚନ ଚିହ୍ନ ହେଉଛି ବ୍ୟାଟ୍।

୭ – ଜଷ୍ଟିସ ଆଣ୍ଡ ଡେଭଲପମେଣ୍ଟ ପାର୍ଟି(ଜେଡିପି)

୨୦୦୧ ଅଗଷ୍ଟ ୧୪ରେ ସ୍ଥାପନା ହୋଇଥିବା ଏହି ପାର୍ଟିର ୧.୧୦ କୋଟି ସଦସ୍ୟ ଅଛନ୍ତି। ତୁର୍କୀର ଏହା ସବୁଠୁ ବଡ ରାଜନୈତିକ ପାର୍ଟି କୁହା୍ଯାଏ। ତୁର୍କୀର ବର୍ତ୍ତମାନ ରାଷ୍ଟ୍ରପତି ରଜବ ତୈୟବ ଏର୍ଦୁଗାନ ଏହି ପାର୍ଟିର ସଦସ୍ୟ।

୮ – ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ର କଡଗମ(ଏଆଇଏଡିଏମକେ)

ଭାରତର ତୃତୀୟ ବଡ ପାର୍ଟି ଯାହା ଦୁନିଆର ୧୦ ସବୁଠୁ ବଡ ପାର୍ଟି ମଧ୍ୟରେ ସାମିଲ୍। ଏଆଇଡିଏମକେର ଗଠନ ୪୯ ବର୍ଷ ପୂର୍ବେ ୧୯୭୨ ଅକ୍ଟୋବର ୧୭ରେ ହୋଇଥିଲା। ଏହାର ସଂସ୍ଥାପକ ହେଉଛନ୍ତି ଏମଜି ରାମଚନ୍ଦ୍ରନ।

୯ – ଆମ୍ ଆଦମୀ ପାର୍ଟି(ଆପ୍)

୨୦୧୨ ନଭେମ୍ବର ୨୬ରେ ଆମ ଆଦମୀ ପାର୍ଟିର ଗଠନ ହୋଇଥିଲା। ମାତ୍ର ନଅ ବର୍ଷରେ ପାର୍ଟିରେ ସଦସ୍ୟଙ୍କ ସଂଖ୍ୟା ବଢି ଏକ କୋଟି ହୋଇ ସାରିଛି। ପାର୍ଟିର ସଂସ୍ଥାପକ ହେଉଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ। ଏବେ ଆପ୍‌ର ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ରହିଛି।

୧୦ – ଚାମା ଚା ମପିମଦୁଜି(ଚାଚାମା)

ତାଞ୍ଜାନିଆର ଚାମା ଚା ମପିନଦୁଜି ଦୁନିଆର ୧୦ମ ସବୁଠୁ ବଡ ପାର୍ଟି। ଏହାର ୮୦ ଲକ୍ଷ ସଦସ୍ୟ ଅଛନ୍ତି। ପାର୍ଟିର ସ୍ଥାପନା ୧୯୭୭ ଫେବୃଆରୀ ୫ରେ ହୋଇଥିଲା।

Related Posts