![](https://www.satyapatha.com/wp-content/uploads/2022/02/mamata_banerjee_election_pti_1200x768-716x403.jpeg)
ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟାର୍ଗେଟରେ ବିଜେପି | ବିଜେପି ପ୍ରକୃତ ହିନ୍ଦୁ ଧର୍ମକୁ ଭୁଲି ଯାଇଛି | ଇତିହାସ ବଦଳାଇବାକୁ ଚେଷ୍ଟା କରୁଥିବା କହିଛନ୍ତି ମମତା | ଗଣମାଧ୍ୟମକୁ ସୂଚନା ଦେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେତେ ବେଳେ ନିର୍ବାଚନ ଆସୁଛି ବିଜେପି ସେତେବେଳେ ସାଧୁତାର ପରିଚୟ ଦେଉଛି । କିନ୍ତୁ ଦେଶରେ ମହିଳା, ଦଳିତ ଏବଂ ଆଦିବାସୀଙ୍କୁ ନିର୍ଯାତନା ଦିଆଯାଉଛି ।
ଦେଶରେ ବିଜେପି ସବୁକିଛି ନଷ୍ଟ କରୁଛି ଓ ହିନ୍ଦୁ ଧର୍ମର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛି । ଦିଲ୍ଲୀରେ ପ୍ରଥମ ଅମର ଜବାନ୍ ଜ୍ୟୋତିକୁ ହଟାଇ ନେତାଜୀଙ୍କର ଏକ ହୋଲଗ୍ରାମ ସ୍ଥାପନ କରିଥିଲେ । ବର୍ତ୍ତମାନ ହୋଲଗ୍ରାମ ମଧ୍ୟ ହଜିଯାଇଛି । ଯେତେ ବେଳେ ନିର୍ବାଚନ ଆସୁଛି ସେତେବେଳେ ସେମାନେ ଦେଶର ବୀରପୁତ୍ରଙ୍କୁ ମନେପକାଉଛନ୍ତି ।କୃଷକଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷକମାନେ ଦୀର୍ଘ ଦିନ ଧରି ବିରୋଧ ପ୍ରଦର୍ଶନ କରିଥିଲେ କିନ୍ତୁ ଏମଏସପି ମିଳିଲାନାହିଁ । ସେହିପରି NRI ଏବଂ ପୁଞ୍ଜି ନିବେଶ ଉପରେ ସେ କହିଛନ୍ତି ଯେ ଯଦି ଦେଶ ବିକ୍ରି ହୁଏ, ତେବେ ଲୋକମାନେ କିପରି ବଞ୍ଚିବେ। ସେମାନେ NRC ଆରମ୍ଭ କରି ଲୋକଙ୍କ ଅଧିକାର ଛଡ଼ାଇ ନେଇଛନ୍ତି କିନ୍ତୁ ଆମେ ଲୋକଙ୍କ ଅଧିକାରର ସୁରକ୍ଷା କରୁଛୁ ବୋଲି କହିଛନ୍ତି ମମତା |
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କାହାର ନାମ ନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।