ଦୁର୍ନୀତି ଓ ଅପାରଗତା ପାଇଁ ୫ ଅଧିକାରୀଙ୍କ ଉପରେ ରାଜ୍ୟ ସରକାରଙ୍କ ଛାଟ: ଦିଆଗଲା ବାଧ୍ୟତାମୂଳକ ଅବସର

ସହ୍ୟ କରାଯିବନି ଦୁର୍ନୀତି ଓ ଅପାରଗତା | ଏନେଇ ରାଜ୍ୟ ସରକାର ପୂର୍ବରୁ ଏନେକ କଡା ପଦକ୍ଷପ ଗ୍ରହଣ କରିଥିବା ବେଳେ, ଏବେ ପୁଣି ନିଜର ଏହି କଡା ଆଭିମୁଖ୍ୟକୁ ବଜାଇ ରଖିଛନ୍ତି | ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି | ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଯାହାଫଳରେ ଦୁର୍ନୀତିଗ୍ରସ୍ତ ଓ ଅପରାଗଙ୍କ ବିରୋଧରେ ନେଉଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ।

କଳାହାଣ୍ଡି ଆଇୟୁସିଏଡବ୍ଲୁ ରବୀନ୍ଦ୍ର ସେଠୀଙ୍କୁ ବାଧ୍ୟତାମୂଳକ ଅବସର, ବଣାଇର ପୂର୍ବତନ ତହସିଲଦାର ସୁଶିଲ କୁମାର କୁଜୁରଙ୍କୁ ଅବସର, ବଲାଙ୍ଗୀର ବଙ୍ଗମୁଣ୍ଡା ଥାନା ଇନ୍ସପେକ୍ଟର ବିନୋଦ ନାୟକଙ୍କୁ ଅବସର ଦିଆଯାଇଛି ।

ସେହିପରି ବାସୁଦେବପୁର ପୌର ନିର୍ବାହୀ ଅଧିକାରୀ ତାପସ ଜେନା, କରଞ୍ଜିଆ ଏନ୍‌ଏସି ପୁର୍ବତନ ନିର୍ବାହୀ ଅଧିକାରୀ ବିଜୟ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଯାବତ୍ ୧୫୧ ଅଧିକାରୀଙ୍କୁ ବିଦା କଲେଣି ରାଜ୍ୟ ସରକାର ।

Related Posts