ଦେଶରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, କିନ୍ତୁ ଡ଼ରାଉଛି ମୃତକଙ୍କ ସଂଖ୍ୟା

ଦେଶରେ କରୋନା ସଂକ୍ରମଣ ଏବେ ତଳମୁହାଁ ରହିଛି | ଦିନକୁ ଦିନ ସଂକ୍ରାମିତଙ୍କ ସଂଖ୍ୟା ଖସିବାକୁ ଲାଗୁଛି | ଏହାରି ମଧ୍ୟରେ ଗତ ୨୪ ଘଂଟାରେ ୭୧ ହଜାର ୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଡେଲି ପଜିଟିଭିଟି ରେଟ୍ ରହିଛି ୪ ଦଶମିକ ୫୪ ପ୍ରତିଶତ । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୮ ଲକ୍ଷ ୯୨ ହଜାର ୮୨୮ । ଯାହାକି ମୋଟ୍ ସଂକ୍ରମଣ ୨ ଦଶମିକ ୧୧ ପ୍ରତିଶତ ।

ଏହାରି ଭିତରେ ଦେଶରେ ଦିନକରେ ଆଉ ୧ ହଜାର ୨୧୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ମୋଟ୍ ୫ ଲକ୍ଷ ୫ ହଜାର ୨୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି । ଦେଶରେ ୧୭୦ କୋଟି ୮୭ ଲକ୍ଷ ୬ ହଜାରରୁ ଅଧିକ ଡୋଜ୍ କରୋନା ଟିକା ଦିଆ ସରିଲାଣି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 71,365 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ମଙ୍ଗଳବାର) ଏହି ସଂଖ୍ୟା 67,597 ଥିଲା । ସେହିପରି ମୃତ୍ୟୁସଂଖ୍ୟା ଆଜି ବି ୧୦୦୦ ପାର୍ କରିଛି । ଦିନକରେ ଦେଶରେ 1,217 ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ 1,72,211 ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 8,92,828ରେ ପହଞ୍ଚିଛି । ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 5,05,279କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 4.54% ରହିଛି । ଏଯାବତ୍ ଭାରତରେ ମୋଟ 1,70,87,06,705 ଟୀକାକରଣ କରାଯାଇଛି |

Related Posts