ନନ୍ଦନକାନନରେ ପକ୍ଷୀ ମଡ଼କ, ୪ ଦିନରେ ୪ ପକ୍ଷୀ ମୃତ

ନନ୍ଦନକାନନ ପାଇଁ ଆସିଛି ଦୁଃଖ | ଲଗାତର ୪ ଦିନରେ ୪ ପକ୍ଷୀଙ୍କ ମୃତ୍ୟୁ ହୋଇଛି | ୪ ଦିନରେ ତିନୋଟି ମୟୂର ଓ ଗୋଟିଏ ଚିଲର ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି | ପକ୍ଷୀ ମଡ଼କ ପରେ ଭେଟେନାରୀ ପରିସରରେ କ୍ଵାରେଣ୍ଟାଇନରେ ରହୁଥିବ ସମସ୍ତ ପକ୍ଷୀଗୁଡିକୁ ସ୍ଵତନ୍ତ୍ର କୋଠରୀରେ ରଖାଯାଇ ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସେମାନଙ୍କ ନମୁନା ସଂଗ୍ରହ କରାଯାଇ ସେଣ୍ଟର ଫର ୱାଇଲ୍ଡ ଲାଇଫ୍‌କୁ ପଠାଯାଇଛି । ରିପୋର୍ଟ ଆସିବା ପରେ କ୍ଵାରେଣ୍ଟାଇନରେ ରହୁଥିବା ପକ୍ଷୀଗୁଡିକୁ ଆବଶ୍ୟକ ଚିକିତ୍ସା କରାଯିବ।

ସୂଚନାନୁଯାୟୀ, ଏବେ କ୍ଵାରେଣ୍ଟାଇନ୍‌ରେ ଥିବା ପକ୍ଷୀଙ୍କୁ ରୋଗ ପ୍ରତିରୋଧକ ଓ ଭିଟାମିନ୍ ମେଡିସିନ ଦିଆଯାଇଛି । ଆଶଙ୍କା କରାଯାଉଥିବା ଭୂତାଣୁ ଯେଭଳି ପକ୍ଷୀ ଖୁଆଡମାନଙ୍କୁ ନ ବ୍ୟାପିବ ସେଥିପ୍ରତି କଡା ନଜର ରଖାଯାଇଛି । ଖୁଆଡ ଏବଂ ଭେଟେନାରୀ ଅଞ୍ଚଳରେ ବ୍ଲିଚିଂ ପାଉଡର ସହିତ ପଟାସ ବ୍ୟବହାର ହୋଇଛି | କ୍ବାରେଣ୍ଟାଇନରେ ଏବେ ଯେଉଁ ପକ୍ଷୀମାନେ ଅଛନ୍ତି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Related Posts