ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ଏକ ଦିବସୀୟ ଶୃଙ୍ଖଳା

ଅଧିନାୟକ ରୋହିତ ଶର୍ମାଙ୍କ ‌ନେତୃତ୍ବର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ଏକ ଦିବସୀୟ ଶୃଙ୍ଖଳା | ଭାରତ ଆଜି ଖେଳିବ ନିଜ ୧୦୦୦ତମ ଦିନିକିଆ ଅନ୍ତର୍ଜାତୀୟ ।ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଆଜି ପ୍ରଥମ ମୁକାବିଲା |

ରୋହିତ ଏବଂ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ଯୁଗର ମଧ୍ୟ ମୂଳଦୁଆ ପକାଇବ । ଆୟୋଜକ ଭାରତ ମଧ୍ୟ ୨୦୨୩ ବିଶ୍ବକପ୍‌ ପ୍ରସ୍ତୁତି ପର୍ବ ଆରମ୍ଭ କରିବ । କ୍ରିକେଟିଂ ଦୃଷ୍ଟି କୋଣରୁ ଦେଖିଲେ ଅସ୍ଥିର ସମୟ ‌ଦେଇ ଗତି କରୁଥିବା ଭାରତ ଯଦି ନିଜର ମଧ୍ୟକ୍ରମ ବିଫଳତାକୁ ଦୂର କରିପାରିବ ତେବେ ଲୟକୁ ଫେରିବ ବୋଲି କ୍ରିକେଟ୍ ବିଶାରଦମାନେ ଆଶା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଉଭୟ ଟେଷ୍ଟ୍‌ ଓ ଦିନିକିଆ ଶୃଙ୍ଖଳା ପରାଜୟ ପରେ ରାହୁଲ ଦ୍ରାବିଡ଼ ମଧ୍ୟ ବିଜୟଧାରାକୁ ଫେରିବା ନେଇ ଆଶାବାଦୀ ରହିଛନ୍ତି ।

ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ସୂଚନା ଦେଇଛନ୍ତି ଯେ ଈଶାନ କିଶନଙ୍କ ସହ ସେ ପାଳି ଆରମ୍ଭ କରିବେ । ବିଳମ୍ବରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ୍‌ଙ୍କ ସଙ୍ଗରୋଧ ଅବଧି ଶେଷ ହୋଇନାହିଁ । ଶିଖର ଧାୱନ କୋଭିଡ୍‌ ସଂକ୍ରମିତ ଥିବାରୁ ଈଶାନ ଏକମାତ୍ର ବିକଳ୍ପ ରହିଛନ୍ତି ବୋଲି ରୋହିତ କହିଛନ୍ତି। ସେହିଭଳି ଧାୱନଙ୍କ ସହ ଋତୁରାଜ ଗାଏକ୍ବାଡ ଏବଂ ଶ୍ରେୟସ ଆୟରଙ୍କ ସଙ୍ଗରୋଧ ମଧ୍ୟ ଶେଷ ହୋଇନଥିବାରୁ ଏ ତିନିହେଁ ସମ୍ପୂର୍ଣ୍ଣ ଶୃଙ୍ଖଳାରୁ ବଞ୍ଚିତ ହେବା ଆଶଙ୍କା ରହିଛି । ଏ ତିନିଜଣଙ୍କ ଉପଲବ୍‌ଧ ସମ୍ପର୍କରେ ମଧ୍ୟ ରୋହିତ କିଛି ଜାଣିନଥିବା କହିଥିଲେ ।

ବୋଲିଂ ବିଭାଗରେ କିନ୍ତୁ ଭାରତ ପୁଣି କୁଲଚା କୁଲଦୀପ ଯାଦବ-ୟୁଝବେନ୍ଦ୍ର ଚହଲଙ୍କ ସମନ୍ବୟକୁ ଫେରିବ ବୋଲି ରୋହିତ ଶର୍ମା ସୂଚନା ଦେଇଛନ୍ତି । ପେସ୍‌ ବୋଲିଂ ବିଭାଗରେ ଯଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିଙ୍କ ଉପ‌ରେ ଭରସା ରହିବ । ପଲଘର ଏକ୍ସପ୍ରେସ୍‌ ଶାର୍ଦୁଳ ଠାକୁରଙ୍କ ନେତୃତ୍ବରେ ମହମ୍ମଦ ସିରାଜ, ଦୀପକ ଚହର, ପ୍ରସିଦ୍ଧ କୃଷ୍ଣ ଓ ଅଭେସ ଖାନ୍‌ ସୁଯୋଗ ହାତେଇବା ଅପେକ୍ଷାରେ ରହିଛନ୍ତି । ୨୦୨୩ରେ ଭାରତରେ ଦିନିକିଆ ବିଶ୍ବକପ୍‌ ଥିବାରୁ ଏମାନଙ୍କ ଭିତରୁ କିଏ ପ୍ରଭାବ ଛାଡୁଛି ଦେଖିବାର ଅଛି ।

ଭାରତୀୟ ସମ୍ଭାବ୍ୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଋଷଭ ପନ୍ତ୍‌ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଦା, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ, ପ୍ରସିଦ୍ଧ କୃଷ୍ଣ ।

ୱେଷ୍ଟଇଣ୍ଡିଜ୍ ସମ୍ଭାବ୍ୟ ଏକାଦଶ : ବ୍ରେଣ୍ଡନ୍ କିଙ୍ଗ୍‌, ସାଇ ହୋପ୍‌ (ୱିକେଟରକ୍ଷକ), ଡାରେନ୍ ବ୍ରାଭୋ, ସାମରା ବ୍ରୁକ୍ସ, ନିକୋଲାସ ପୂରନ୍‌, କିରଣ ପୋଲାର୍ଡ (ଅଧିନାୟକ), ଜାସନ୍ ହୋଲଡର୍‌, ‌ହେଡେନ୍ ୱାଲ୍ସ ଜୁନିୟର୍‌, ଅକିଲ ‌ହୋସେନ୍‌, କେମାର ରୋଚ୍‌, ଅଲଜାରି ଯୋସେଫ/ଓଡ଼ିନ୍ ସ୍ମିଥ୍‌ |

Related Posts