ନିଆରା ପ୍ରଚାର: ଲୋକଙ୍କୁ ଶାଢ଼ୀ ଓ ଚକଲେଟ ବାଣ୍ଟି ଭୋଟ ମାଗିଲେ ପ୍ରାର୍ଥୀ

ପଂଚାୟତ ନିର୍ବାଚନ ପାଇଁ ଜମୁଛି ପ୍ରଚାର ମୈଦାନ | ଲୋକଙ୍କୁ ଆକୃଷ୍ଠ କରିବା ଭୋଟ ବ୍ୟାଙ୍କ ନିଜ ହାତକୁ ନେବା ଲକ୍ଷରେ ପ୍ରାର୍ଥୀ | ଭୋଟରଙ୍କ ମନ ଜିଣିବାକୁ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଭିନ୍ନ ଭିନ୍ନ ଢଙ୍ଗରେ ପ୍ରଚାର କରୁଛନ୍ତି | ପୁରୀ ସଦରରେ ନିର୍ବାଚନ ବୈତରଣୀ ପାରି ହେବାକୁ ଭୋଟରଙ୍କୁ ଗରିବ ଲୋକଙ୍କୁ ଶାଢି ବାଂଟୁଥିବା ଦେଖିବାକୁ ମିଳିଛି ।

ସଦର ନିର୍ବାଚନ ମଣ୍ଡଳିର କାଶିହରିପୁର ପଂଚାୟତର ସମିତି ସଭ୍ୟ ପ୍ରାର୍ଥୀ ନିରଞ୍ଜନ ନାୟକଙ୍କ ପ୍ରଚାର ଶୈଳୀ । ଚଳଚିତ୍ର ପ୍ରଯୋଜକ ନିରଞ୍ଜନ ନାୟକ ଲୋକଙ୍କ ସେବା କରିବା ପାଇଁ ରିଲ ଦୁନିଆରୁ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ତେବେ କିଛି ଗରିବ ଲୋକଙ୍କୁ ଶାଢି ବାଂଟି ସେ କରୁଥିବା ନିର୍ବାଚନୀ ପ୍ରଚାର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଲୋକଙ୍କ ପାଖରେ ପହଂଚିବା ପାଇଁ ପ୍ରାର୍ଥୀମାନେ ଅଭିନବ ପନ୍ଥା ଆପଣାଉଥିବା ଦେଖିବାକୁ ମିଳଛି । କେଉଁଝର ଜିଲ୍ଲା ହାଟଡ଼ିହ ବ୍ଲକ ଢ଼େଙ୍କା ପଂଚାୟତର ସମିତି ସଭ୍ୟା ପ୍ରାର୍ଥନୀ ମୀନାକ୍ଷୀ ବିଶ୍ୱାଳ ଓ ତାଙ୍କ ଶଶୁର ନାରାୟଣ ବେହେରା ଆପଣାଇଛନ୍ତି ଅଭିନବ ତରିକା । ଗାଁ ଗାଁ ବୁଲି ଚକୋଲେଟ ଦେଇ ନିଜ ସପକ୍ଷରେ ମାଗୁଛନ୍ତି ଭୋଟ୍ ଶଶୁର ବୋହୂ ।

ପୂର୍ବରୁ ଏଭଳି ଚକଲେଟ ବାଂଟି ଦୁଇଟି ନିର୍ବାଚନ ଜିତିଥିବା ଶୁଶୁର ବୋହୂ ଏଥର ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି । ୨୦୧୨ରେ ମୀନାକ୍ଷୀ ଏବଂ ୨୦୧୭ରେ ନାରାୟଣ ସମିତି ସଭ୍ୟ ଭାବେ ନିର୍ବାଚନ ଜିତିଥିଲେ । ତେବେ ସେମାନଙ୍କ ପାଖରେ ଟଙ୍କା ନଥିବାରୁ ଚକଲେଟ୍ ଦେଇ ଲୋକଙ୍କ ମନ ଜିଣିବାକୁ ଚେଷ୍ଟା କରୁଥିବା କହିଛନ୍ତି ଶଶୁର ଓ ବୋହୂ ।

Related Posts