ପଞ୍ଚଭୂତରେ ବିଲିନ ହେଲେ କୋକିଳ କଣ୍ଠି ଲତା ମଙ୍ଗେସକର

କୋକିଳ କଣ୍ଠି ଲତା ମଙ୍ଗେସକରଙ୍କୁ ଦିଆହେଲା ଶେଷ ସର୍ମ୍ମାନ। ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟଦାରେ ଶେଷ କୃତ୍ୟ ସଂପନ୍ନ ହେଲା । ପ୍ରଥମେ ତାଙ୍କ ଶରୀରରୁ ତ୍ରିରଙ୍ଗା ପତାକା କାଢି ନିଆଯାଇ ପରିବାର ଲୋକଙ୍କ ଦିଆଯାଇଥିଲା । ଏହାପରେ ସେନା ତରଫରୁ ତାଙ୍କ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ୮ ଜଣ ପଣ୍ଡିତଙ୍କ ଦ୍ୱାରା ସଂସ୍କାର କରାଯାଇଥିଲା ।

କହିରଖୁ କି ଦେଶର ପ୍ରସିଦ୍ଧ ଗାୟକ ଲତା ମଙ୍ଗେଶକରଙ୍କର ଆଜି (ରବିବାର) ସକାଳେ ମୁମ୍ବାଇର ବ୍ରିଚକାଣ୍ଡି ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା । ଏନେଇ କେନ୍ଦ୍ର ସରକାର ଦେଶରେ ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିବା ସହ ଲତାଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସମ୍ପର୍ଣ୍ଣ ହେବ ବୋଲି କହିଥିଲେ । ସବୁଠାରୁ ବଡକଥା ନିଜେ ପଧାନମନ୍ତ୍ରୀ ମୁମ୍ବାଇର ଶିବାଜୀ ପାର୍କକୁ ଯାଇ ସେଠାରେ ଲତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ଶେଷକୃତ୍ୟ ବେଳେ ହଜାର ହଜାର ଲୋକଙ୍କ ସହ ବଲିଉଡର ଅନେକ କଳାକାର, ରାଜନେତା ଓ ଲତାଙ୍କ ପରିବାର ଲୋକ ବି ଉପସ୍ଥିତ ଥିଲେ । ତାହା ପୂର୍ବରୁ ଅଭିନେତା ଅମିତାଭ ବଚନ, ଅନୁପମ ଖେର, ଗିତୀକାର ଜାବେଦ ଅଖତର ଓ ପ୍ରଯୋଜକ ସଂଜୟ ଲୀଲା ବଂସାଲୀ ବି ଦକ୍ଷିଣ ମୁମ୍ବାଇ ସ୍ଥିତ ଲତାଙ୍କ ବାସଭବନରେ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ ।

Related Posts