ଫେବୃଆରୀ ୧୫ରୁ ଆସାମରେ ହଟିବ ସମସ୍ତ କରୋନା କଟକଣା

କରୋନା ମହାମାରୀ ପାଇଁ ଯେପରି ଜୀବନ ଯାପନ ଅଧାରେ ଅଟକି ଯାଇଛି | ସବୁ କିଛି ଯେପରି ଠପ ହୋଇଯାଇଛି | ଦୀର୍ଘ ଦୁଇ ବର୍ଷ ହେଵ କରୋନା ଜୀବନ ଜାପାନ ଙ୍କୁ ଯେପରି ବେଶ ପ୍ରଭାବିତ କରିଛି | ତେବେ ବଢୁଥିବା ସଂକ୍ରମଣ କୁ ନେଇ କଟକଣା କୋହଳ ତ ଆଉ କେତେବେଳେ ଏହାକୁ କଡ଼ାକଡ଼ି କରାଯାଉଛି। ହେଲେ ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ କରୋନା ପାଇଁ ଲାଗୁ ହୋଇଥିବା ସମସ୍ତ କଟକଣା ହଟିବାକୁ ଯାଉଛି।

ଫେବୃଆରୀ ୧୫ ଠାରୁ ଆସାମରେ କୌଣସି ପ୍ରକାରର କର୍ଫ୍ୟୁ କିମ୍ବା କଟକଣା ଲାଗୁ ହେବନି। ଜୀବନ ଯାତ୍ରା ପୁଣିଥରେ ସ୍ୱାଭାବିକ କରିବାକୁ ସମସ୍ତ କଟକଣା ହଟାଇ ଦିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା |

ଶ୍ରୀ ଶର୍ମା କହିଛନ୍ତି, ସ୍କୁଲ ବୋର୍ଡ ପରୀକ୍ଷା, ପୌରପାଳିକା ନିର୍ବାଚନ, ମଜଉଲି ବିଧାନସଭାର ଉପ ନିର୍ବାଚନ ଓ ଅନ୍ୟ ସମସ୍ତ କାର୍ଯ୍ୟ ଆସନ୍ତା ୨ ମାସ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟରେ କୌଣସି ପ୍ରକାରର କଟକଣା ରହିବ ନାହିଁ। ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲମାନେ ଶୀଘ୍ର କରୋନା ବିରୋଧରେ ଟିକାର ଦୁଇଟି ଯାକ ଡୋଜ୍ ନେଇ ଯାଆନ୍ତୁ |

Related Posts