ବହୁ ବାଦ ବିବାଦର ଅନ୍ତ: ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା

ବହୁ ବାଦ ବିବାଦର ଘଟିଛି ଅନ୍ତ | ପ୍ରକାଶ ପାଇଛି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚୂଡାନ୍ତ ସଂରକ୍ଷଣ ତାଲିକା । ଅନୁସୂଚିତ ଜାତି , ଜନଜାତି ଓ ମହିଳାମାନଙ୍କ ପାଇଁ ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପଂଚାୟତି ରାଜ ବିଭାଗ ପକ୍ଷରୁ ମୋଟ ୩୦ଟି ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।

ସେଥିମଧ୍ୟରୁ ୧୫ଟି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ୩ ଅଧକ୍ଷ ପଦ ମହିଳାଙ୍କୁ ମିଳିବ । ଅନୁସୂଚିତ ଜାତିଙ୍କ ପାଇଁ ୫ ଟି ସ୍ଥାନରେ ସଂରକ୍ଷିତ ରଖାଯାଇଛି । ୧୦ଟି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି ।

Related Posts