ବିଟ୍ରେନରୁ ଫେରିବ 40 ବର୍ଷ ପୂର୍ବ ଅଦୃଶ୍ୟ ଥିବା ଅଷ୍ଟମ ଶତାଦ୍ଦୀର ଯୋଗିନୀ ମୂର୍ତ୍ତି

୪୦ ବର୍ଷ ପୂର୍ବେ ୟୁପି ବୁନ୍ଦେଲଖଣ୍ଡର ବାନ୍ଦା ମନ୍ଦିରରୁ ଚୋରି ହୋଇଥିବା ଅଷ୍ଟମ ଶତାଦ୍ଦୀର ଯୋଗିନୀ ମୂର୍ତ୍ତି ବ୍ରିଟେନରୁ ଭାରତକୁ ଫେରିବ | ଏହି ପ୍ରତିମୂର୍ତ୍ତି ଲଣ୍ଡନର ଏକ ଘରର ବଗିଚାରେ ଦେଖିବାକୁ ମିଳିଛି । ଏବେ ଏହାକୁ ଭାରତକୁ ଅଣାଯିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ବାଣିଜ୍ୟ ଏବଂ ଅର୍ଥନୈତିକ ବ୍ୟାପାରର ପ୍ରଥମ ସଚିବ ଜସପ୍ରୀତ ସିଂ ସୁଖଜା କହିଛନ୍ତି ଯେ, ଯୋଗିନୀଙ୍କ ପ୍ରତିମୂର୍ତ୍ତିକୁ ଫେରାଇ ଆଣିବା ପାଇଁ ଲଣ୍ଡନରେ ଥିବା ଭାରତର ହାଇ କମିଶନ ସମସ୍ତ ଉଦ୍ୟମ କରୁଛନ୍ତି।

ଇଣ୍ଡିଆ ପ୍ରାଇଡ ପ୍ରୋଜେକ୍ଟର ସହ-ପ୍ରତିଷ୍ଠାତା ବିଜୟ କୁମାର କହିଛନ୍ତି ଯେ ୧୯୭୮ରୁ ୧୯୮୨ ମଧ୍ୟରେ ୟୁପିର ଲୋଖରୀ ଗାଁରୁ ଏହି ଯୋଗିନୀ ମୂର୍ତ୍ତି ଅଦୃଶ୍ୟ ହୋଇଯାଇଥିଲା । ଏହା କୁହାଯାଉଛି ଯେ ଏହା ଏକ ଅତି ବିରଳ ମୂର୍ତ୍ତି, ଯାହାକୁ ଆଦିବାସୀ ସମାଜ ବହୁ ପୂର୍ବରୁ ପୂଜା କରୁଥିଲେ । ବର୍ତ୍ତମାନ ଏହି ପ୍ରତିମାଟି ବ୍ରିଟେନର ଜଣେ ମହିଳାଙ୍କଠାରୁ ଉଦ୍ଧାର ହୋଇଛି ।କୁହାଯାଉଛି ଯେ, ଆର୍ଟ ପୁନରୁଦ୍ଧାର ଇଣ୍ଟରନ୍ୟାସନାଲର ପ୍ରତିଷ୍ଠାତା ଖ୍ରୀଷ୍ଟୋଫର୍ ମାରିନେଲୋ ଜାଣିବାକୁ ପାଇଲେ ଯେ, ଜଣେ ମହିଳା ତାଙ୍କ ଘରର ଜିନିଷ ବିକ୍ରି କରୁଛନ୍ତି । ଏସବୁରେ ପ୍ରାଚୀନ ପ୍ରତିମା ମଧ୍ୟ ଥିବା ଦେଖିବାକୁ ମିଳିଥିଲା । ଯେତେବେଳେ ସେହି ମୂର୍ତ୍ତି ବିଷୟରେ ତାଙ୍କୁ ପଚରାଯାଇଥିଲା, ସେତେବେଳେ ଏହି ମୂର୍ତ୍ତି ବିଷୟରେ ତାଙ୍କର କୌଣସି ଧାରଣା ନଥିବା କହିଥିଲେ ।ଏହା ପରେ ମାରିନେଲୋ ଇଣ୍ଡିଆ ପ୍ରାଇଡ୍ ପ୍ରୋଜେକ୍ଟର ସହ-ପ୍ରତିଷ୍ଠାତା ବିଜୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ । ପରେ ସେ ନିଶ୍ଚିତ କରିଥିଲେ ଯେ ଏହି ପ୍ରତିମାଟି ୟୁପିର ଲାଖେରୀ ଗ୍ରାମର ଅଟେ, ଯାହା ୪୦ ବର୍ଷ ପୂର୍ବେ ଅଦୃଶ୍ୟ ହୋଇଯାଇଥିଲା ।

Related Posts