ମେ’ ରେ ଖୋଲିବ ବଦ୍ରିନାଥ ମନ୍ଦିର

ଖୁବ୍ ଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ବଦ୍ରିନାଥ ମନ୍ଦିରର । ଉତ୍ତରାଖଣ୍ଡର ଚମେଲି ଜିଲ୍ଲା ସ୍ଥିତ ବଦ୍ରିନାଥ ମନ୍ଦିର। ବସନ୍ତ ପଞ୍ଚମୀ ଅବସରରେ ମନ୍ଦିର ଖୋଳିବା ନେଇ ତାରିଖ ଧାର୍ଯ୍ୟ ହୋଇଛି। ମେ ୦୮ ତାରିଖ ସକାଳ ୬: ୧୫ ସମୟରେ ଖୋଲିବ। ମନ୍ଦିରର ପୂଜକ ଶନିବାର ଏହି ଘୋଷଣା କରିଛନ୍ତି । ହିନ୍ଦୁ ଦେବତା ବିଷ୍ଣୁଙ୍କ ପାଇଁ ସମର୍ପିତ ଏହି ମନ୍ଦିର ପ୍ରତି ବର୍ଷ ଶୀତ ସମୟରେ ଶ୍ରଦ୍ଧାଳୁମାନଙ୍କ ପାଇଁ ବନ୍ଦ ହେଉଥିବା ବେଳେ ଗ୍ରୀଷ୍ମ ଋତୁ ଆରମ୍ଭରେ ଖୋଲିଥାଏ।

ବଦ୍ରିନାଥ ଶୀତ ଋତୁରେ ପୁରା ବରଫାବୃତ ହୋଇ ରହିଥାଏ। ତେବେ ମନ୍ଦିରର ପୂଜକମାନେ ବସନ୍ତ ପଞ୍ଚମୀ ଅବସରରେ ମନ୍ଦିରର ଦ୍ୱାର ଖୋଲିବାର ତାରିଖ ଓ ସମୟ ଘୋଷଣା କରିଛନ୍ତି । ପରମ୍ପରା ଅନୁସାରେ ମନ୍ଦିରର ଦ୍ୱାର ଖୋଲିବାର ତିଥି ପୂର୍ବ ତିହରି ନରେଶଙ୍କ କୁଣ୍ଡଳୀ ଆଧାରରେ ସ୍ଥିର କରାଯାଇଥାଏ । ମନ୍ଦିର ଖୋଲିବା ତିଥି ଘୋଷଣା ସମୟରେ ବଦ୍ରୀନାଥ ମନ୍ଦିରର ପୂଜକ ରାୱଲସ ଈଶ୍ୱର ପ୍ରସାଦ ନମ୍ବୁଦୀ, ରାଜେଶ ନମ୍ବୁଦରୀଙ୍କ ସହିତ ଶ୍ରୀ ବଦ୍ରୀନାଥ-କେଦାରନାଥ ମନ୍ଦିର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ଓ ଉପାଧ୍ୟକ୍ଷ କିଶୋର ପଂୱାର ଉପସ୍ଥିତ ଥିଲେ।

Related Posts