ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ହିଂସା: ଦଳିତ ନେତାଙ୍କୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ

ରାଜ୍ୟରେ ବାଜି ସାରିଛି ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ବୁଗୁଲ୍। ଏହାରି ମଧ୍ୟରେ ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାର ପ୍ରସାର ଆରଂଭ ହୋଇଛି। ନିର୍ବାଚନ ଯେତେ ପାଖେଇ ଆସୁଛି ମାହୋଲ ସେତେ ଗରମ ହେଉଥିବା ବେଳେ ରାଜଧାନୀ ଉପକଣ୍ଠରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ନିର୍ବାଚନରେ ସମର୍ଥନକୁ କେନ୍ଦ୍ର କରି ଦଳିତ ନେତାଙ୍କୁ ଆକ୍ରମଣ ହୋଇଛି ।

ସୂଚନାଯୋଗ୍ୟ, ଘର ସାମ୍ନାରେ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ । ଘର ସାମ୍ନାରେ ସଂଘବଧ ଆକ୍ରମଣ କଲେ ଏକ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀ ଗୋଷ୍ଠୀ । ମରଣାନ୍ତକ ଆକ୍ରମଣରେ ଦଳିତ ନେତା ଗୁରୁତର ହୋଇଛନ୍ତି। ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ଦଳିତ ନେତାଙ୍କ ହାତ ଆଙ୍ଗୁଠି କଟି ଯାଇଛି । ଏଭଳି ଘଟଣା ଘଟିଛି ଭୁବନେଶ୍ବର ଏୟାର ଫିଲ୍ଡ ଥାନା ବୋତଣ୍ତା ଗାଁରେ । ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀ ଏଭଳି କିଛି ପେସାଦାର ଅପରାଧୀଙ୍କୁ ନେଇ ଏଭଳି ଆକ୍ରମଣ କରିଥିବା ସୂଚନା ମିଳିଛି । ଏନେଇ ପ୍ରକାଶ ଚନ୍ଦ୍ର ବେହେରା ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ।

ସେ ଗୁରୁତର ଅବସ୍ଥାରେ ମେଡିକାଲରେ ରହି ଚିକିତ୍ସିତ ହେଉଛନ୍ତି। ଅଭିଯୋଗକାରୀ ମୋବାଇଲ ଜରିଆରେ ପୋଲିସ ପ୍ରଶାସନକୁ ଗୁହାରି କରିଛନ୍ତି। ତାଙ୍କ ପରିବାର ପ୍ରତି ବିପଦ ଅଛି । କିଛି ଦଳିତ ନେତା ଆସି ଡିସିପି ଅଫିସରେ ଡିସିପିଙ୍କୁ ଭେଟିଛନ୍ତି। ସେପଟେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ପୋଲିସ ।

Related Posts