ରାଜଧାନୀ ଦିଲ୍ଲୀରେ ବିଗୁଡୁଛି କରୋନା ସ୍ଥିତି: ୩୦୦ ପୋଲିସକର୍ମୀ କରୋନା ସଂକ୍ରମିତ ଚିହ୍ନଟ

ରାଜଧାନୀ ଦିଲ୍ଲୀରେ ଭୟଙ୍କର ପରିସ୍ଥିତି ଉପୁଯାଇଛି କରୋନା | ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବେ ହୁ ହୁ ହୋଇ ବଢି ଚାଲୁଛି | ତେବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଏହାରି ମଧ୍ୟରେ ଏକ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି | ରାଜଧାନୀ ଦିଲ୍ଲୀରେ ଏବେ ୩୦୦ ରୁ ଅଧିକ ପୋଲିସ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ସହିତ ଜନସମ୍ପର୍କ ଅଧିକାରୀ (PRO) ଏବଂ ଅତିରିକ୍ତ କମିଶନର ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସୂଚନାଅନୁଯାୟୀ କରୋନା ସଂକ୍ରମଣରେ ବଢୁଥିବା ଗ୍ରାଫକୁ ନେଇ ଏବେ ଭୟଭୀତ ଅଛନ୍ତି ଦିଲ୍ଲୀବାସୀ । ରବିବାର ଦିନ ୨୨ହଜାର କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହା ଦିଲ୍ଲୀରେ କୋରୋନା ସଂକ୍ରମଣ ୨୩.୫୩ ପ୍ରତିଶତରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ଲକ୍ଷ ୭୯ ହଜାର ୭୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦୈନିକ ସଂକ୍ରମଣ ହାର ୧୩.୨୯%କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୪୬ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ ।

ତେବେ କରୋନା କବଳରୁ ଏଯାଏଁ ଦେଶରେ ସୁସ୍ଥ ହେଲେଣି ୩କୋଟି ୪୫ଲକ୍ଷରୁ ଅଧିକ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇଛି । ଦେଶରେ ଏଯାଏ ୧୫୧କୋଟି ୯୪ଲକ୍ଷରୁ ଅଧିକ ଲୋକ ଟିକା ନେଇଛନ୍ତି । ସେହିପରି ଅନ୍ୟପଟେ ଦେଶରେ କାୟା ମେଲାଉଛି ଓମିକ୍ରନ୍‍ ଭୂତାଣୁ । ସାରା ଦେଶରେ ୪,୦୩୩ ଓମିକ୍ରନ ମାମଲା ଚିହ୍ନଟ ହେଲେଣି ।

Related Posts