ରାୟପୁର ଗସ୍ତରେ ରାହୁଲ ଗାନ୍ଧୀ, ଅମର ଯବାନ ଜ୍ୟୋତିର ଭିତ୍ତିପ୍ରସ୍ତର କରିବେ ସ୍ଥାପନ

ଆଜି ରାୟପୁର ଗସ୍ତରେ ଯିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେଠାରେ ଅମର ଯବାନ ଜ୍ୟୋତିର ଭିତ୍ତିପ୍ରସ୍ତର ପକାଇବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଛତିଶଗଡରେ ରାଜୀବ ଗାନ୍ଧୀ ଗ୍ରାମୀଣ ଭୂମିହୀନ କୃଷି ମଜଦୁର ଯୋଜନାର ଶୁଭାରମ୍ଭ କରିରେ ରାହୁଲ ।

ସରକାରୀ ବିବୃତ୍ତି ଅନୁଯାୟୀ, ଛତିଶଗଡ ରାୟପୁର ସଶସ୍ତ୍ର ବାହିନୀଙ୍କ ଚତୁର୍ଥ ବାଟାଲିୟନ ପରିସରରେ ଅମର ଯବାନ ଜ୍ୟୋତି ନିର୍ମାଣ କରାଯିବ । ଶହୀଦମାନଙ୍କ ସମ୍ମାନାର୍ଥେ ଛତିଶଗଡର ଅମର ଯବାନ ଜ୍ୟୋତି ସମର୍ପିତ କରାଯିବ । କଂଗ୍ରେସ ଦଳ ବଳିଦାନ ଇତିହାସର ସାକ୍ଷୀ ରହିଛି । ଅନେକ ମହାନ ନେତା ଥିଲେ ଯେଉଁମାନେ ଦେଶର ସେବା ପାଇଁ ବଳିଦାନ ଦେଇଥିଲେ। ସେମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ଦଳ ଜାଣେ । ଇତିହାସ ସାକ୍ଷୀ ଅଛି ଅନେକ ସମାଜ ଶହୀଦମାନଙ୍କୁ ସମ୍ମାନ କରେ ନାହିଁ । ସେମାନଙ୍କର ବଳିଦାନର ସ୍ମୃତି ସଂରକ୍ଷଣ କରେନାହିଁ, ସେମାନଙ୍କୁ ଅପମାନିତ କରେ ବୋଲି କହିଛନ୍ତି ଛତିଶଗତ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ।ରାୟପୁରରେ ଏକ ସ୍ମାରକୀ ଟାୱାର ହେବ । ଶହୀଦଙ୍କ ନାମକୁ ଲିପିବଦ୍ଧ କରିବା ପାଇଁ କାନ୍ଥ ଏବଂ ଭିଭିଆଇପି ପ୍ଲାଟଫର୍ମ ମଧ୍ୟ ସ୍ଥାପନ କରାଯିବ। କାନ୍ଥଟି ବାଦାମୀ ମାର୍ବଲ ସହିତ ନିର୍ମିତ ହେବ ଯେଉଁଥିରେ ଶହୀଦମାନଙ୍କ ନାମ ଖୋଦିତ ହେବ । ଏହି କ୍ରିସେଣ୍ଟ ଆକାରର କାନ୍ଥଟି ପ୍ରାୟ 25 ଫୁଟ ଉଚ୍ଚ ହେବ ଏବଂ ଏହାର ଲମ୍ବ ପ୍ରାୟ 100 ଫୁଟ ହେବ ଏବଂ ଏହି କାନ୍ଥର ମୋଟେଇ 3 ଫୁଟ ହେବ ବୋଲି ସୂଚନା ମିଳିଛି । ରାଇଫଲ ଏବଂ ହେଲମେଟ ସ୍ମାରକୀ ଟାୱାର ସମ୍ମୁଖରେ ରହିବ । ଅମର ଯବାନ ଜ୍ୟୋତିର ନିଆଁ ଭୂତଳରେ ପାଇପଲାଇନ ମାଧ୍ୟମରେ ଇନ୍ଧନ ଯୋଗାଣ ବ୍ୟବସ୍ଥା ହେବ ଯାହା ଅହରହ ଜଳିବ ।

ଏହା ବ୍ୟତୀତ ସ୍ମାରକୀ ସମ୍ମୁଖରେ ଏକ ଦୁର୍ଗ ପରି ଦୁଇ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ହେବ । ଯାହାର ଲମ୍ବ 150 ଫୁଟ ଏବଂ ମୋଟେଇ 90 ଫୁଟ ହେବ । ଏହି କୋଠାର ଉଚ୍ଚତା 40 ଫୁଟ ହେବ । ଏହା ସହିତ ରାହୁଲ ଗାନ୍ଧୀ ଛତିଶଗଡ ସରକାରଙ୍କ ରାଜୀବ ଗାନ୍ଧୀ ଗ୍ରାମୀଣ ଭୂମିହେନ କୃଷି ମଜଦୁର ଯୋଜନାର ମଧ୍ୟ ଉଦଘାଟନ କରିବେ। ଏହି ଯୋଜନା ଅଧୀନରେ ଗ୍ରାମୀଣ ଭୂମିହୀନ ପରିବାରକୁ ବାର୍ଷିକ 6000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହି ଯୋଜନା ପାଇଁ ଗତ ବର୍ଷ ସେପ୍ଟେମ୍ବରରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା ।

Related Posts