ଲୋକସଭାରେ ଅନୁମୋଦିତ ହେଲା ‘ ନିର୍ବାଚନ ଆଇନ (ସଂଶୋଧନ) ୨୦୨୧ବିଲ୍ ‘ ଏଣିକି ଲିଙ୍କ ହେବ ଆଧାର ଓ ଭୋଟର କାର୍ଡ। ଆଧାର କାର୍ଡ ସହ ଭୋଟର ପରିଚୟ ପତ୍ରକୁ ଲିଙ୍କ କରାଯିବ। ଭୋଟର ପଞ୍ଜିକରଣ ଲାଗି ଏବେ ଆଧାର ନମ୍ବର ଆବଶ୍ୟକ। କହିବାକୁ ଗଲେ ଭୋଟର ହେବା ପାଇଁ ଆବଶ୍ୟକ ହେବ ଆଧାର ନମ୍ବର । ନିର୍ବାଚନ ସଂସ୍କାର ସହ ଜଡିତ ‘ନିର୍ବାଚନ ଆଇନ (ସଂଶୋଧନ) ବିଲ୍ ୨୦୨୧’ କୁ ଲୋକସଭା ଅନୁମୋଦନ କରିଛି ବିରୋଧୀ ଦଳର ବିରୋଧ ମଧ୍ୟରେ ସୋମବାର ଲୋକସଭା ଏହି ବିଲକୁ ଅନୁମୋଦନ କରିଛି । ଏହି ବିଲ୍ ପାରିତ ହେବା ପରେ ସଂସଦ ମଙ୍ଗଳବାର (୨୧ ଡିସେମ୍ବର) ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।ଲୋକସଭା ଦ୍ଵାରା ପାରିତ ହୋଇଥିବା ଏହି ବିଲରେ ଭୋଟରଙ୍କ ଭୋଟ ପରିଚୟ ପତ୍ର ପାଇବା ପାଇଁ ଆଧାର ନମ୍ବର ଦେବା ବାଧ୍ୟତାମୂଳକ ହେବ ବୋଲି ସୂଚନା ଦିଆଯାଇଛି। ଭୋଟର ତାଲିକାରେ ଠକେଇକୁ ରୋକିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏଥିରେ ଭୋଟର ତାଲିକାରେ ନକଲି ଏବଂ ବୋଗସ୍ ଭୋଟିଂକୁ ରୋକିବା ପାଇଁ ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡକୁ ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦିଆଯାଇଛି। ସଂଶୋଧନ ବିଲ୍ ସମ୍ପର୍କରେ ଆଇନମନ୍ତ୍ରୀ କିରଣ ରିଜିଜ୍ଜୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଆଗରୁ ଆଧାର-ଭୋଟର କାର୍ଡ ଲିଙ୍କ ହେଉ ନଥିଲା। ମାତ୍ର ଏହି ନୂଆ ଆଇନ ଦ୍ଵାରା ଆଧାର-ଭୋଟର କାର୍ଡ ଲିଙ୍କ ହେବା କାରଣରୁ ନକଲି ଭୋଟରଙ୍କ ମନାମାନୀକୁ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି |





