ହିଜାବ ବିବାଦ : ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇଙ୍କ ପ୍ରତିକ୍ରିୟା, ହିଜାବରେ ସ୍କୁଲ ଯିବାକୁ ଅନୁମତି ନ ଦେବା ଅତ୍ୟନ୍ତ ଭୟଙ୍କର ଘଟଣା

ହିଜାବ ବିବାଦକୁ ନେଇ ବର୍ତ୍ତମାନ କର୍ଣ୍ଣାଟକରେ ବଢିବାକୁ ଲାଗୁଛି ବିବାଦ | ଏହି ବିବାଦ ଏବେ ଧୀରେ ଧୀରେ ଉଗ୍ର ରୂପ ଧାରଣ କରିବାକୁ ଲାଗିଛି | ଏନେଇ ରାଜ୍ୟ ବ୍ୟାପୀ ଜୋରଦାର ହଙ୍ଗାମା ଜାରି ରହିଛି । ଏସବୁ ଭିତରେ ଝିଅମାନଙ୍କ ଶିକ୍ଷା ଅଧିକାର ଦିଗରେ ଲଢ଼େଇ କରୁଥିବା ନୋବେଲ ବିଜୟିନୀ ମଲାଲା ୟୁସୁଫଜାଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ଝିଅମାନଙ୍କୁ ସେମାନଙ୍କ ହିଜାବରେ ସ୍କୁଲ ଯିବାକୁ ଅନୁମତି ନ ଦେବା ଅତ୍ୟନ୍ତ ଭୟଙ୍କର ଘଟଣା ବୋଲି ସେ କହିଛନ୍ତି ମଲାଲା ।

ଏହା ସହ ସେ ଆହୁରି କହିଛନ୍ତି କଲେଜ ସେମାନଙ୍କୁ ପାଠପଢ଼ା ଓ ହିଜାବ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ବାଧ୍ୟ କରୁଛି । ହିଜାବ ପିନ୍ଧି ଝିଅମାନଙ୍କୁ ସ୍କୁଲ ଯିବାକୁ ବାରଣ କରିବା ଅତ୍ୟନ୍ତ ଭୟଙ୍କର ଘଟଣା । ମହିଳାମାନଙ୍କ କମ ଓ ଅଧିକ ପୋଷାକ ପରିଧାନକୁ ନେଇ ଏବେ ବି ଆପତ୍ତି ଉଠୁଛି । ଭାରତର ନେତାମାନେ ମୁସଲିମ ମହିଳାଙ୍କ ପ୍ରତି ହେଉଥିବା ଏପରି ଉପେକ୍ଷାକୁ ବନ୍ଦ କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ଟ୍ବିଟ କରିଛନ୍ତି ମଲାଲା ।

ସୂଚନାଯୋଗ୍ୟ, ଗତ ମାସରେ ପ୍ରଥମେ କର୍ଣ୍ଣାଟକର ଉଡୁପି ସ୍ଥିତ ଗାର୍ଲ୍ସ ପିୟୁ କଲେଜରୁ ହିଜାବ ବିବାଦ ଆରମ୍ଭ ହୋଇଥିଲା । ଏଠାରେ ପାଠପଢ଼ୁଥିବା ୬ ଜଣ ମୁସଲିମ ଛାତ୍ରୀ ହିଜାବ ପିନ୍ଧିଥିବାରୁ ସେମାନଙ୍କୁ କ୍ଲାସ କରିବାକୁ ଅନୁମତି ମିଳୁ ନଥିବା ଅଭିଯୋଗ ହୋଇଥିବା । ମୁସଲିମ ଛାତ୍ରୀମାନେ ହିଜାବ ପିନ୍ଧୁଥିବାରୁ ଏହାକୁ ଦକ୍ଷିଣପନ୍ଥୀ ଶିକ୍ଷାର୍ଥୀମାନେ ଜୋରଦାର ବିରୋଧ କରୁଛନ୍ତି ।

Related Posts