ୟୁପି ନିର୍ବାଚନ; ବିଜେପି ପକ୍ଷରୁ ଆଉ ୧୭ ବିଧାୟକଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ

ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ | ଏନେଇ ଦଳ ପକ୍ଷରୁ ଜାରି ରହିଛି ପାର୍ଥି ତାଲିକା ପ୍ରକାଶ | ତେବେ ଏହାରି ମଧ୍ୟରେ ସରଗରମ ରହିଛି ରାଜ୍ୟ ରାଜନୀତି। ମାଳ ମାଳ କେନ୍ଦ୍ରୀୟ ନେତୃତ୍ୱ ୟୁପିରେ ଡେରା ପକାଇବା ଆରମ୍ଭ କଲେଣି। ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି, କାହର ଟିକେଟ କଟାଯିବ କାହାକୁ ଟିକେଟ ମିଳିବ ସେନେଇ ସବୁ ଦଳ ଜୋର୍‌ସରରେ ଲାଗିପଡ଼ିଛନ୍ତି।

ସବୁ ଦଳ ଧିରେ ଧିରେ ପର୍ଯାୟ କ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରିବା ଆରମ୍ଭ କରିଛନ୍ତି। ଏହାରି ଭିତରେ ବିଜେପି ରାଜଧାନୀ ଲକ୍ଷ୍ନୌର ସମସ୍ତ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଦଳ ସରୋଜନୀ ନଗର ବିଧାୟକ ଓ ଯୋଗୀ ସରକାରଙ୍କ ମହିଳା ଏବଂ ବାଳ କଲ୍ୟାଣ ରାଜ୍ୟ ମନ୍ତ୍ରୀ ସ୍ୱାତୀ ସିଂହଙ୍କ ଟିକେଟ କଟାଛି। ସେହିଭଳି ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦିକ୍ଷିତଙ୍କର ମଧ୍ୟ ଟିକେଟ କାଟିଛି ଦଳ। ତେବେ ତାଙ୍କର ବୟସ ୭୫ ବର୍ଷରୁ ଅଧିକ ହୋଇଥିବାରୁ ଟିକେଟ କାଟାଯାଇଛି ବୋଲି ବିଜେପି କହିଛି। ଅନ୍ୟପଟେ ରାଜ୍ୟର ଆଇନ ମନ୍ତ୍ରୀ ବ୍ରଜେସ ପାଠକଙ୍କ ଆସନ ବଦଳା ଯାଇ ଲକ୍ଷ୍ନୌ କ୍ୟେଣ୍ଟ ଆସନରୁ ତାଙ୍କୁ ଟିକେଟ ଦିଆଯାଇଛି। ଦୀର୍ଘ ସମୟ ଅପେକ୍ଷା ପରେ ବିଜେପି ମଙ୍ଗଳବାର ଲକ୍ଷ୍ନୌର ସମସ୍ତ ଆସନର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି।

ସୂଚନା ଥାଉକି, ୨୦୧୭ ଗତ ନିର୍ବାଚନରେ ରାଜଧାନୀ ଲକ୍ଷ୍ନୌ ଜିଲ୍ଲାର ୯ଟି ଆସନରୁ ୮ଟି ସିଟରେ ଜିତିଥିଲା ବିଜେପି। ତେବେ ୨୦୨୨ ରେ ମଧ୍ୟ ଏହି ସିଟଗୁଡ଼ିକୁ କବ୍‌ଜା କରିବା ପାଇଁ ଦଳ ସମୀକରଣ ହିସାବରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

Related Posts