୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଜି 30,757 ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ କରୋନା ସଂକ୍ରମଣ କମିଥିବା ବେଳେ, କିନ୍ତୁ ଦୈନିକ ସଂକ୍ରମଣ ୩୦ ହଜାର ଉପରେ ରହୁଛି | ଆଜି ମଧ୍ୟ ଦୈନିକ ପଜିଟିଭ ମାମଲା ୩୦ ହଜାର ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 30,757 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସେହିପରି ଦିନକରେ 67,538 ଜଣ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ 541 ଜଣଙ୍କ ମୃତ୍ୟୁ ଘଟିଛି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା 3,32,918ରେ ପହଞ୍ଚିଛି । ଦେଶର ଦୈନିକ ପଜିଟିଭ୍ ରେଟ୍ 2.61% କୁ ବୃଦ୍ଧି ପାଇଛି । ଏଯାବତ୍ ଭାରତରେ ମୋଟ 4,19,10,984 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 1,74,24,36,288 କୋଟି ଟୀକାକରଣ କରାଯାଇଛି |

Related Posts