ଅଡୁଆରେ ପ୍ରଶାନ୍ତ କିଶୋର, ୨ଟି ଭୋଟର ପରିଚୟପତ୍ର ମାମଲାରେ ନିର୍ବାଚନ କମିଶନଙ୍କ ନୋଟିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଡୁଆରେ ପ୍ରଶାନ୍ତ କିଶୋର । ୨ଟି ଭୋଟର ପରିଚୟପତ୍ର ମାମଲାରେ ନିର୍ବାଚନ କମିଶନଙ୍କ ନୋଟିସ । ଏହା ସହ ୩ ଦିନ ମଧ୍ୟରେ ଜବାବ ମାଗିଥିବାର ସୂଚନା ମିଳିଛି । ତେବେ ଦୁଇଟି ରାଜ୍ୟ ବିହାର ଏବଂ ପଶ୍ଚିମବଙ୍ଗରେ ଭୋଟର ତାଲିକାରେ ଜନସୁରାଜ ପାର୍ଟିର ପ୍ରଶାନ୍ତ କିଶୋରଙ୍କ ନାମ ପଞ୍ଜିକୃତ ହୋଇଥିବା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି । ବିହାରର କରଘର ବିଧାନସଭା ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଏ ନେଇ ପ୍ରଶାନ୍ତଙ୍କୁ ଏକ ନୋଟିସ ଜାରି କରି ତିନି ଦିନ ମଧ୍ୟରେ ତାଙ୍କ ପକ୍ଷ ରଖିବାକୁ କହିଛନ୍ତି। ସେପଟେ ନିର୍ବାଚନ କମିଶନ ତାଙ୍କ ନୋଟିସରେ କହିଛନ୍ତି, “୨୮ ଅକ୍ଟୋବର, ୨୦୨୫ରେ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ଅନୁଯାୟୀ, ବିହାର ରାଜ୍ୟର ଭୋଟର ତାଲିକା ଏବଂ ପଶ୍ଚିମବଙ୍ଗର ଭୋଟର ତାଲିକାରେ ଆପଣଙ୍କ ନାମ ତାଲିକାଭୁକ୍ତ। ପ୍ରକାଶିତ ଖବର ଅନୁଯାୟୀ, ଆପଣଙ୍କ ନାମ ପଶ୍ଚିମବଙ୍ଗର ଭବାନୀପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସେଣ୍ଟ ହେଲେନ୍ ସ୍କୁଲ, ବି. ରାଣୀଶଙ୍କରୀ ଲେନ୍, ଭୋଟିଂ ଷ୍ଟେସନରେ ତାଲିକାଭୁକ୍ତ।ଏହା ସହିତ, ଆପଣଙ୍କ ନାମ ୨୦୯- କାରଗାହାର ବିଧାନସଭା ନିର୍ବାଚନମଣ୍ଡଳୀର କ୍ରମିକ ନମ୍ବର ୬୨୧, ଭାଗ ନମ୍ବର ୩୬୭ (ମଧ୍ୟ ବିଦ୍ୟାଳୟ, କୋନାର, ଉପର ଡିଭିଜନ)ରେ ତାଲିକାଭୁକ୍ତ। କରଗାହାର ନିର୍ବାଚନମଣ୍ଡଳୀ ପାଇଁ ଆପଣଙ୍କର ଭୋଟର ପରିଚୟପତ୍ର ନମ୍ବର ହେଉଛି IUI୩୧୨୩୭୧୮। ଲୋକ ପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୧୭ ଅନୁଯାୟୀ, କୌଣସି ବ୍ୟକ୍ତିଙ୍କୁ ଏକରୁ ଅଧିକ ନିର୍ବାଚନମଣ୍ଡଳୀରେ ପଞ୍ଜୀକୃତ କରାଯିବ ନାହିଁ। ଉଲ୍ଲଂଘନ କ୍ଷେତ୍ରରେ ଲୋକପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା, କିମ୍ବା ଉଭୟ।

ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣ ତିନି ଦିନ ମଧ୍ୟରେ ଏକରୁ ଅଧିକ ନିର୍ବାଚନମଣ୍ଡଳୀରେ ଆପଣଙ୍କ ନାମ ତାଲିକାଭୁକ୍ତ ହେବା ସମ୍ପର୍କରେ ଆପଣଙ୍କ ମାମଲା ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି । ଅନ୍ୟପଟେ ପ୍ରଶାନ୍ତ କିଶୋର ବିହାର ବିଧାନସଭା ନିର୍ବାଚନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା କ୍ଷେତ୍ରରେ ଜଣେ ଭୋଟର ମଧ୍ୟ । ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନରେ ଜିତିଥିଲେ । ଏଇଠି ରହିଛି ପ୍ରଶାନ୍ତଙ୍କ ଭୋଟ ପରିଚୟପତ୍ର । ଏ ସଂପର୍କରେ ପ୍ରଶାନ୍ତ କିଛି ପ୍ରତିକ୍ରିୟା ଦେଇନଥିବାର ଦେଖିବାକୁ ମିଳିଛି ।

Related Posts