ଅଷ୍ଟମ ବେତନ କମିଶନକୁ ମଞ୍ଜୁରି, ୫୦ ଲକ୍ଷ କର୍ମଚାରୀ ହେବେ ଉପକୃତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଷ୍ଟମ ବେତନ କମିଶନକୁ ମଞ୍ଜୁରି । ୫୦ ଲକ୍ଷ କର୍ମଚାରୀ ହେବେ ଉପକୃତ । ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୯ ଲକ୍ଷ ପେନସନ୍ ଧାରୀ ଉପକୃତ ହେବାକୁ ଯାଉଛନ୍ତି । ସୂଚନା ଓ ପ୍ରଯ୍ୟୁକ୍ତି ବିଦ୍ୟା ମନ୍ତ୍ରୀ ଅଶନ୍ୱୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଅଷ୍ଟମବେତନ କମିସନ ୧୮ ମାସ ମଧ୍ୟରେ ସୁପାରିଶ ପ୍ରଦାନ କରିବେ । ସରକାର ଜାନୁଆରି ମାସରେ ଏନେଇ କମିସନ ସେଟଅପ୍ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏବେ ଟର୍ମସ ଅଫ ରେଫରାନ୍ସ ମିଳିବା ପରେ ତୁରନ୍ତ କମିସନ ତାର କାର୍ଯ୍ୟ ଆରମ୍ଭ କରିବ ।

ଏହି କମିସନ ସାଲାରୀ ଷ୍ଟ୍ରକଚର, ପେନସନ୍ ଓ ଅନ୍ୟାନ୍ୟ ଭତ୍ତା ନେଇ ସରକାରଙ୍କୁ ପରାମର୍ଶ ଦେବ । ସେପଟେ କ୍ୟାବିନେଟର ସୂଚନା ମୁତାବକ ଅଷ୍ଟମ ବେତନ କମିସନ ପାଇଁ ଏକ ଅସ୍ଥାୟୀ କମିଟି ହେବ । ଏଥିରେ ଜଣେ ଚେୟାର ପର୍ସନ, ଜଣେ ପାର୍ଟ ଟାଇମ୍ ମେମ୍ବର ଓ ଜଣେ ମେମ୍ବର ସେକ୍ରେଟାରୀ ସାମିଲ ହେବେ । ସରକାର କହିଛନ୍ତି କି, ଟର୍ମସ ଅଫ୍ ରେଫରାନ୍ସ ପ୍ରସ୍ତୁତ ବେଳେ ମନ୍ତ୍ରଣାଳୟ, ରାଜ୍ୟ ଓ କର୍ମଚାରୀଙ୍କ ପ୍ରତିନିଧୀଙ୍କ ପରାମର୍ଶ ନିଆଯିବ ।

Related Posts