ଅହମଦାବାଦ ବିମାନ ଦୁର୍ଘଟଣାର ମୁଖ୍ୟ ପାଇଲଟ ସୁମିତ ସବରୱାଲଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍ ଚିଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଅହମଦାବାଦ ବିମାନ ଦୁର୍ଘଟଣାର ମୁଖ୍ୟ ପାଇଲଟ ସୁମିତ ସବରୱାଲଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନ୍ ଚିଟ୍ । ତେବେ ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ୬ମାସର ସେହି ତମାମ ଦ୍ବନ୍ଦ୍ୱ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି। ଅହମଦାବଦରେ ଏୟାର ଇଣ୍ଡିଆ ବିମାନ ୧୭୧ ଦୁର୍ଘଟଣା ପାଇଁ ମୁଖ୍ୟ କ୍ୟାପଟେନ ସୁମିତ ସବରୱାଲଙ୍କୁ ପୂର୍ବରୁ ଦାୟୀ କରାଯାଉଥିଲା । ସୁପ୍ରିମକୋର୍ଟ ଏହି ମନ୍ତବ୍ୟ ଦେବା ସହ ଡିଜିସିଏଙ୍କୁ ନୋଟିସ ଜାରି କରି ପାଇଲଟ ସୁମିତଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି । ପାଇଲଟଙ୍କ ବାପା ପୁଷ୍କର ରାଜ ସବରୱାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜାତୀୟ ଓ ଅର୍ନ୍ତଜାତୀୟ ଗଣମାଧ୍ୟମ ସହ ଡିଜିସିଏ ରିପୋର୍ଟରେ ଦୁର୍ଘଟଣା ପାଇଁ ସୁମିତଙ୍କୁ ଦାୟୀ କରାଯିବାକୁ ବିରୋଧ କରି ନ୍ୟାୟ ମାଗିଥିଲେ ତାଙ୍କ ପରିବାର । ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ସୁପ୍ରିମକୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ଟିପ୍ପଣୀ ଦେଇଛନ୍ତି। ପୁଷ୍କରଙ୍କ ପୁଅ ସୁମିତ ବୋଇଂ ୭୮୭ ଡ୍ରିମଲାଇନର ପାଇଲଟ-ଇନ-କମାଣ୍ଡ ଥିଲେ। ସେପଟେମୃତ ଏୟାର ଇଣ୍ଡିଆ ପାଇଲଟ ସୁମିତ ସବରୱାଲଙ୍କ ବାପା ବିମାନ ଦୁର୍ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ଭାରତୀୟ ପାଇଲଟ ମହାସଂଘ ମଧ୍ୟ ସମାନ ଦାବି ସହିତ ଏକ ଆବେଦନ ଦାଖଲ କରିଛି । ଆବେଦନର ଶୁଣାଣି ସମୟରେ, ଜଷ୍ଟିସ ସୂର୍ଯ୍ୟକାନ୍ତ ମୃତ ପାଇଲଟଙ୍କ ବାପା ସୁମିତ ସବରୱାଲଙ୍କୁ କହିଛନ୍ତି, ଏହି ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କିନ୍ତୁ ଆପଣଙ୍କ ପୁଅକୁ ଦୋଷ ଦିଆଯିବାର ଭାର ଆପଣ ବହନ କରିବା ଉଚିତ ନୁହେଁ ।

ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଦ୍ବାରା ଜୁଲାଇ ମାସରେ ରିପୋର୍ଟ ପ୍ରକାଶ କରିବା ପରେ ମୃତ ପାଇଲଟ ସୁମିତ ସବରୱାଲଙ୍କ ବାପା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଡ଼ାଣ ଆରମ୍ଭର କିଛି ସମୟ ପରେ ଉଭୟ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଥିଲା। ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଇନ୍ଧନ ନିୟନ୍ତ୍ରଣ ସ୍ବିଚଗୁଡ଼ିକ ଗୋଟିଏ ପରେ ଗୋଟିଏ ‘କଟଅଫ’ ସ୍ଥିତିକୁ ଚାଲିଯାଇଥିଲା। ଯଦିଓ ପ୍ରାୟ ୧୦ ସେକେଣ୍ଡ ପରେ ସ୍ବିଚଗୁଡ଼ିକୁ ପୁନଃ ଚାଲୁ କରାଯାଇଥିଲା, ଇଞ୍ଜିନଗୁଡ଼ିକ ପୂର୍ବରୁ ଜଳି ସାରିଥିଲା, ଯାହା ଫଳରେ ଦୁର୍ଘଟଣା ଘଟିଥିଲା।

Related Posts