ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ ଏବଂ ଖୁବ ଶୀଘ୍ର ଆସିବ ଆଡଭାଇଜରୀ ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ତେବେ ମନ୍ତ୍ରୀ କହିଛନ୍ତି, ବୁଧବାର ୧୨ଟି ସ୍ଥାନରେ ମକ୍ ଡ୍ରିଲ୍ ହେବା ପରେ ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ୍ । ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ ।
କେବଳ ସେନା ଓ ସରକାର ପ୍ରସ୍ତୁତ ହେଲେ ଚାଲିବ ନାହିଁ, ସାଧାରଣ ଜନତା ମଧ୍ୟ ପ୍ରସ୍ତୁତ ହେବା ଉଚିତ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀଙ୍କ ମକ୍ ଡ୍ରିଲ୍ରେ ଭୂମିକା ରହିବ । ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ, ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ । ଆଗକୁ ଗାଁରେ ବି ହେବ ମକ୍ ଡ୍ରିଲ୍ । ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । କୌଣସି ପରିସ୍ଥିତି ସୃଷ୍ଟି ହେଲେ ସାମ୍ନା କରିବା ପାଇଁ ପୂର୍ବ ପ୍ରସ୍ତୁତି ଆବଶ୍ୟକ । ଭାରତ ଓ ପାକିସ୍ତାନ ମଧ୍ୟରେ ଯେଉଁ ଉତ୍ତେଜନା ସୃଷ୍ଟି ହୋଇଛି, କେତେବେଳେ କ’ଣ ହେବ କିଛି କହିହେବନି ବୋଲି କହିଥିବାର ଦେଖିବାକୁ ମିଳିଛି ।





