ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠୁ ଦେଶର ୯ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ଆରମ୍ଭ ହେବ ଏସ୍ଆଇଆର୍ । ତେବେ ବିହାର ପରେ ଦ୍ବିତୀୟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର, ଲାକ୍ଷାଦ୍ବୀପ, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ପୁଡ଼ୁଚେରୀ, ରାଜସ୍ଥାନ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଏସ୍ଆଇଆର ଆରମ୍ଭ ହେବ ।ଏହି ରାଜ୍ୟ ଗୁଡ଼ିକ ମଧ୍ୟରୁ ତାମିଲନାଡ଼ୁ, ପୁଡ଼ୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ରେ ଭୋଟ୍ ଗ୍ରହଣ ହେବ । ଆସାମରେ ମଧ୍ୟ ୨୦୨୬ରେ ଭୋଟ୍ ହେବ। ଉକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ୫୧ କୋଟି ଭୋଟରଙ୍କ ସହ ୨୦୨୬ ଫେବ୍ରୁଆରି ୭ ତାରିଖରେ ଏସ୍ଆଇଆର ଶେଷ ହେବ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।





