ଆଜିଠୁ ଭାରତ ପାଇଁ ଲାଗୁ ହେଲା ଟ୍ରମ୍ପଙ୍କ ନୂଆ H-1B ଭିସା ନିୟମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠୁ ଭାରତ ପାଇଁ ଲାଗୁ ହେଲା ଟ୍ରମ୍ପଙ୍କ ନୂଆ H-1B ଭିସା ନିୟମ । ଏବେ କିଛି ଏଚ୍-୧ବି ଭିସା ଧାରକ ଆଉ ଅଣ-ପ୍ରବାସୀ ଶ୍ରମିକ ଭାବରେ ସିଧାସଳଖ ଆମେରିକାରେ ପ୍ରବେଶ କରିପାରିବେ ନାହିଁ। ଏଥିପାଇଁ ସେମାନଙ୍କୁ ନୂତନ ଆବେଦନ ସହିତ ୧୦୦,୦୦୦ ଡଲାର କିମ୍ବା ଭାରତୀୟ ଟଙ୍କାରେ ୮୮ଲକ୍ଷ ଟଙ୍କାରୁ ଅଧିକ ଫି’ ଦେବାକୁ ପଡିବ।

ସେପଟେ ଏଚ୍-୧ବି ଭିସାର ମୂଲ୍ୟ ବୃଦ୍ଧି ଘୋଷଣା କରି ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ କହିଥିଲେ ଯେ, “କମ୍ପାନିଗୁଡ଼ିକୁ ଏବେ ପ୍ରତ୍ୟେକ ଭିସା ପାଇଁ ବାର୍ଷିକ ୧୦୦,୦୦୦ଡଲାର ଦେବାକୁ ପଡିବ। ସମସ୍ତ ବଡ଼ କମ୍ପାନି ଏଥିପାଇଁ ପ୍ରସ୍ତୁତ। ଆମେ ସେମାନଙ୍କ ସହ କଥା ହୋଇଛୁ। ଏହି ନୀତିର ଉଦ୍ଦେଶ୍ୟ ହେଉଛି ଆମେରିକୀୟ ସ୍ନାତକମାନଙ୍କୁ ପ୍ରାଥମିକତା ଦେବା। ଯଦି ଆପଣ କାହାକୁ ତାଲିମ ଦେବାକୁ ଚାହୁଁଛନ୍ତି, ତେବେ ଆମ ଦେଶରେ ଥିବା ବଡ଼ ବଡ଼ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ସ୍ନାତକ ହାସଲ କରିଥିବା ନାଗରିକଙ୍କୁ ତାଲିମ ଦିଅନ୍ତୁ।

Related Posts