ଆଜି ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ, କୋଭିଡ କଟକଣାରେ ଚାଲିଛି ପାଳନ

ଆଜି ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ । ମଧ୍ୟରାତ୍ରୀରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର | ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ ଜାକଜକମରେ ପାଳନ କରାଯାଉଥିବା ବେଳେ ଆଜି କାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି ।

ବଡଦିନ ହେଉଛି ଖୁସି ଏବଂ ପ୍ରେମର ପ୍ରତୀକ । ବଡଦିନକୁ ନେଇ ସାଧାରଣତଃ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ଏହାକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ । ରଙ୍ଗ ବେରଙ୍ଗର ଆଲୋକ ଏବଂ ବିଭିନ୍ନ ସାଜସଜ୍ଜା ସାମଗ୍ରୀରେ ଘରକୁ ଅତି ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏଥି ସହ ଆଜିର ଦିନରେ ଚର୍ଚ୍ଚରେ ଯାଇ ସାମୁହିକ ପ୍ରାର୍ଥନା କରି ପରସ୍ପର ପ୍ରତି ଭାଇଚାରାର ବାର୍ତ୍ତା ଦେଇଥାନ୍ତି । ଆଜିର ଦିନରେ କେକର ବେସ ଚାହାଦା ମଧ୍ୟ ରହିଥାଏ । ଖ୍ରୀଷ୍ଟଧର୍ମାଲମ୍ବୀମାନେ ଆଜିର ଦିନରେ କେକ କାଟିବା ସହ ପରସ୍ପରକୁ ଖୁଆଇ ଏହି ଦିନରେ ଶୁଭେଚ୍ଛା ଜଣାଇଥାନ୍ତି । ଏଥିସହ ଖ୍ରାଷ୍ଟମାସ ଟ୍ରିକୁ ମଧ୍ୟ ରଙ୍ଗିନ ଆଲୋକରେ ସଜାଇଥାନ୍ତି ।

ତେବେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପାଳନ କରାଯିବ ବଡ ଦିନ । ଏବେ ଓମିକ୍ରନ ଭୟ ବଢୁଥିବା ବେଳେ କଡା କଟକଣା ଜାରି କରାଯାଇଛି । ଆଜି ଖ୍ରୀଷ୍ଟମାସ ପାଳନକୁ କେବଳ ଚର୍ଚ୍ଚରେ ସୀମିତ ରଖିବାକୁ ଗତକାଲି ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଚର୍ଚ୍ଚରେ କେବଳ ୫୦ଜଣ ଲୋକ ଏକାଠି ହେବା ନେଇ ଅନୁମତି ରହିଛି ।

Related Posts