ଆଫଗାନରେ ପୁଣି ପାକର ଏୟାର୍‌ ଷ୍ଟ୍ରାଇକ୍‌; ୩ କ୍ରିକେଟରଙ୍କ ସମେତ ୧୭ ନିହତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଫଗାନରେ ପୁଣି ପାକର ଏୟାର୍‌ ଷ୍ଟ୍ରାଇକ୍‌; ୩ କ୍ରିକେଟରଙ୍କ ସମେତ ୧୭ ନିହତ। ନିହତ ଲୋକଙ୍କ ମଧ୍ୟରେ ତିନି ଜଣ କ୍ଲବ୍ କ୍ରିକେଟ୍ ଖେଳାଳି କବୀର, ଶିବଗତୁଲ୍ଲା ଓ ହାରୁନ୍ ରହିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ କହିଛି। ଆଫଗାନିସ୍ତାନ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏହି ଆକ୍ରମଣରେ ଆର୍ଗନ୍ ଓ ବର୍ମାଲ ଜିଲ୍ଲାର ଅନେକ ଘରକୁ ଟାର୍ଗେଟ୍ କରାଯାଇଥିଲା।

ଏହି ଅଞ୍ଚଳ ଦୁଇ ଦେଶର ଡୁରାଣ୍ଡ ଲାଇନ୍‌ ସୀମା ନିକଟରେ ଅବସ୍ଥିତ।ଅକ୍ଟୋବର ୮ରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବାବେଳେ ୧୫ ତାରିଖ ସନ୍ଧ୍ୟାରେ ଉଭୟ ଦେଶ ୪୮ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରେ ଅସ୍ତ୍ରବିରତି ଶେଷ ହୋଇଥିଲେ ସୁଦ୍ଧା ଏହାକୁ ବୃଦ୍ଧି କରିବାକୁ ଚୁକ୍ତି ହୋଇଥିଲା। ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗି ପାକ୍ତିକାରେ ତିନୋଟି ସ୍ଥାନରେ ବୋମାମାଡ଼ କରିଛି। ଏହାର ଜବାବରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନଭେମ୍ବରରେ ପାକିସ୍ତାନରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ୍‌ରୁ ଓହରିଯିବାକୁ ଘୋଷଣା କରିଛି।

Related Posts