ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକା ଡ୍ରୋନ୍ ଆକ୍ରମଣରେ ନଷ୍ଟ ହେଲା ଡ୍ରଗ୍ସ ଭର୍ତ୍ତି ବୁଡ଼ାଜାହାଜ । ତେବେ କାରବିଆନ୍ ସାଗରରେ ଆମେରିକୀୟ ସେନା ଆକ୍ରମଣରେ ନଷ୍ଟ ହେଲା ଡ୍ରଗ୍ସ ପରିବହନକାରୀ ବୁଡ଼ାଜାହାଜ । ଏହି ଆକ୍ରମଣରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଏବଂ ଦୁଇଜଣଙ୍କୁ ଜୀବନ୍ତ ଭାବେ ଧରାଯାଇଛି ।
ଆତଙ୍କବାଦୀଙ୍କୁ ଅଟକ ଏବଂ ବିଚାର ପାଇଁ ସେମାନଙ୍କର ମୂଳ ଦେଶ, ଇକ୍ୱେଡର ଏବଂ କଲମ୍ବିଆକୁ ଫେରାଇ ଦିଆଯାଉଛି । ଏହି ଆକ୍ରମଣରେ କୌଣସି ଆମେରିକୀୟ ସେନାର କ୍ଷତି ହୋଇନାହିଁ । ଏନେଇ ନିଜ ସୋସିଆଲ ମିଡ଼ିଆ ଟ୍ରୁଥରେ ସୂଚନା ଦେବା ସହ ଆକ୍ରମଣ ବେଳର ଭିଡ଼ିଓ ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।





