ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ ନିସ୍ପତି ନିଆଯାଇଛି | ଆସନ୍ତାକାଲିଠୁ ଗଞ୍ଜାମର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ କିନ୍ତୁ ସେବକଙ୍କ ଦ୍ୱାରା ନୀତିକାନ୍ତି ଚାଲିପାରିବ । ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପ୍ରଶାସନ ।
ସେପଟେ, କାଲି ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ମନା । ଆଜି ହେଉଛି ଚଳିତ ମାସର ଶେଷ ଦର୍ଶନ ସମୟ । ତେଣୁ ଆଜି ପୁରୀରେ ପ୍ରବଳ ଭିଡ ରହିଛି । ଜାନୁଆରୀ ୩୧ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ । ସେବାୟତମାନଙ୍କ ପ୍ରସ୍ତାବ କ୍ରମେ ଛତିଶାନିଯୋଗ ବୈଠକ ଓ ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ରବିବାର ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ତେଣୁ ଏହା ପରଠାରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଶୀମନ୍ଦିରରେ ସର୍ବସାଧାରଣ ଦର୍ଶନକୁ ବାରଣ କରାଯାଇଛି । ତେବେ ଏହି ସମୟରେ ମନ୍ଦିରର ନୀତିକାନ୍ତି ଯଥାରୀତି ଚାଲୁ ରହିବ । ଯେଉଁ ସେବାୟତମାନେ ନୀତିକାନ୍ତି କରିବେ, ସେମାନେ କୋଭିଡ ନିୟମ ପାଳନ କରିବେ ।





