ଆସନ୍ତା ୨୩ରୁ ୩୧ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ବିଦ୍ୟାଳୟ ବନ୍ଦ

ଆସନ୍ତା ୨୩ରୁ ୩୧ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ | ବଡ଼ଦିନ ଓ ଧାନକଟା ଛୁଟି ଯୋଗୁଁ ବିଦ୍ୟାଳୟ ବନ୍ଦ ରହିବା ନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଛୁଟି ତାଲିକା ପ୍ରକାଶ କରାଯାଇଛି । କୌଣସି ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ବିଦ୍ୟାଳୟ ଆସିବେ ନାହିଁ | ମୋଟ ୯ ଦିନ (ରବିବାର ସହ) ବିଦ୍ୟାଳୟ ବନ୍ଦ ରହିବ। ସୂଚନାଯୋଗ୍ୟ କରୋନା ସଂକ୍ରମଣ କମିବା ପରେ ଏବେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲାଯାଇଥିବା ବେଳେ ପାଠପଢ଼ା ଚାଲିଛି।

Related Posts