ଯୁକ୍ତ ୨ ବାର୍ଷିକ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ | କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ |
ଫର୍ମ ପୂରଣ ପ୍ରକ୍ରିୟା ୨୭ରୁ ଆରମ୍ଭ ହୋଇ ୪ ତାରିଖ ଯାଏଁ ବିନା ଜରିମାନାରେ ଚାଲିବ । ଯେଉଁ ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ଫର୍ମପୂରଣ କରି ନ ଥିବେ ସେମାନେ ଆସନ୍ତା 5 ରୁ 6 ତାରିଖ ମଧ୍ୟରେ ୧୦୦ଟଙ୍କା ଜରିମାନା ଓ 7 ରୁ 8 ତାରିଖ ମଧ୍ୟରେ 450 ଟଙ୍କା ଜରିମାନା ଦେଇ ଫର୍ମପୂରଣ କରିପାରିବେ । ଫର୍ମ ପୂରଣ ବାବଦରେ 520 ଟଙ୍କା ଦାଖଲ କରିବାକୁ ହେବ ।ସାମ୍ସ ୱେବ୍ସାଇଟ୍ ଲଗ୍ଇନ୍ କରି ଆଡମିଟ୍ କାର୍ଡ ପାଇପାରିବେ ଛାତ୍ରଛାତ୍ରୀ । କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିବେ ।





