ପୁରୀ : ସଫେଇ ହେଵ ଶ୍ରୀମନ୍ଦିର । ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ପରେ ଗର୍ଭଗୃହର ସଫେଇ କାମ ଆରମ୍ଭ ହୋଇଥିବା ସଫେଇ କାର୍ଯ୍ୟ । ଏଥିସହ ବିଶେଷଜ୍ଞ ଟିମ୍ ଗର୍ଭଗୃହର ସ୍ଥିତି ଅନୁଧ୍ୟାନ କରିବେ ।
ରତ୍ନସିଂହାସନ ସଫେଇ ସହ ଗର୍ଭଗୃହରୁ ଗରମ ହାୱା ନିଷ୍କାସନ ପ୍ରକ୍ରିୟା (ଭେଣ୍ଟିଲେଶନ) ଜାଲି ସ୍ଥିତି ଯାଞ୍ଚ କରାଯିବ । ୩ ତାରିଖ ଚେନ୍ନାଇ ଓ ରୁରର୍କୀର ବିଶେଷଜ୍ଞମାନେ ଶ୍ରୀମନ୍ଦିର ବୈଷୟିକ ବିଶାରଦ (ଏକ୍ସପର୍ଟ) କମିଟି ବୈଠକରେ ଯୋଗ ଦେବେ ।
ନାଟମଣ୍ଡପ ଫାଟ ଉପରେ ଏକ୍ସପର୍ଟ କମିଟି ତର୍ଜମା କରିବା ସହ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ମତାମତ ଦେବେ ବୋଲି ସୂଚନା ମିଳିଛି । ବିଶେଷ କରି ଫାଟ ସୃଷ୍ଟି ହେବାର ସାଢ଼େ ତିନି ବର୍ଷ ପରେ ବି ଏହାର ମରାମତି ଅଟକି ରହିଛି । ସ୍ଥିତି ଅନୁଧ୍ୟାନ ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ।





