ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଭୋଟରଙ୍କୁ କଲରେ ମିଳିବ ନିର୍ବାଚନ ସମ୍ପର୍କିତ ସମସ୍ତ ଉତ୍ତର । ଏନେଇ ଜାରି ହେଲା ଟୋଲ୍-ଫ୍ରି ନମ୍ୱର । ତେବେ ଟୋଲ୍-ଫ୍ରି ନମ୍ୱର ୧୮୦୦- ୧୧-୧୯୫୦ରେ ନାଗରିକମାନେ ନିଜର ପ୍ରଶ୍ନ ଓ ଅଭିଯୋଗ ଦାଖଲ କରିପାରିବେ । ଏ ନେଇ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଭୋଟର ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି । ସେହିପରି ଅନଲାଇନରେ ବୁକ୍-ଏ-କଲ୍ ୱିଥ୍ ବିଏଲଓରେ, ହୋଇପାରିବ ନାଗରିକଙ୍କ ପ୍ରଶ୍ନର ସମାଧାନ ।
ତେବେ ନାଗରିକମାନେ ନିର୍ବାଚନ, ନୂଆ ଭୋଟର ପଞ୍ଜୀକରଣ ସମେତ ବିଭିନ୍ନ ନିର୍ବାଚନ ସମ୍ପର୍କିତ ଅଭିଯାଗର ସମାଧାନ କରିବା ପାଇଁ କଲ କରିବାକୁ ଆୟୋଗ ଅନୁରୋଧ କରିଛନ୍ତି । କଲ୍ ଗୁଡ଼ିକର ଉତ୍ତର ତାଲିମ ପାଇଥିବା କାର୍ଯ୍ୟନିର୍ବାହୀମାନେ ଦେବେ । ତେବେ ସେମାନେ ନାଗରିକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କୁ ନିର୍ବାଚନୀ ସେବା ଏବଂ ପରର ସମାଧାନ ପାଇବାରେ ସହାୟତା କରିବେ ।ଅଭିଯୋଗଗୁଡିକର ତ୍ୱରିତ ସମାଧାନ ପାଇଁ ଆୟୋଗ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲାଗୁଡ଼ିକରେ ନିଜସ୍ୱ ଯୋଗାଯୋଗ କେନ୍ଦ୍ର ସ୍ଥାପନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି କେନ୍ଦ୍ରଗୁଡ଼ିକ ବର୍ଷସାରା ସମସ୍ତ କାର୍ଯ୍ୟ ଦିବସରେ କାମ କରିବା ସହିତ ଆଞ୍ଚଳିକ ଭାଷାରେ ସମସ୍ତ ସହାୟତା ବା ଉତ୍ତର ଦେବେ । ନାଗରିକମାନେ complaints@ eci.gov.in କୁ ଇ-ମେଲ୍ ପଠାଇପାରିବେ ।





