ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ, ଆଉ ଯେଣେ ନେତା କରୋନା କବ୍ଜାରେ ଛନ୍ଦି ହୋଇଛନ୍ତି | ଆନ୍ଧ୍ରପ୍ରଦେଶର ବିରୋଧୀ ଦଳ ନେତା ଏନ୍ .ଚନ୍ଦ୍ରବାବୁ ନାଇଡୁଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି | କୋଭିଡ୍ର ସାମାନ୍ୟ ଲକ୍ଷଣ ଅନୁଭବ କରି କୋଭିଡ୍ ପରୀକ୍ଷା କରାଇଥିଲେ | ପରେ ତାଙ୍କର ପଜିଟିଭ୍ ଥିବା ରିପୋର୍ଟ ଆସିଛି |
ତେବେ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜେ ଟୁଇଟ୍ ମାଧ୍ୟମରେ ମଙ୍ଗଳବାର ସୂଚନା ଦେଇଛନ୍ତି। ଘରେ ନିଜକୁ ଆଇସୋଲେସନ କରି ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛି ବୋଲି ସେ କହିଛନ୍ତି।
ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି। ସେମାନେ ଯଥାଶୀଘ୍ର ଶୀଘ୍ର କୋଭିଡ୍ ପରୀକ୍ଷା କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।
ସୂଚାନଯୋଗ୍ୟ, ଦେଶରେ ଆଜି ୨୪ ଘଣ୍ଟାରେ ୨ଲକ୍ଷ ୩୮ ହଜାର ୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ କରୋନା ରିପୋର୍ଟ ଅର୍ଥାତ୍ ରବିବାର ଦିନ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ୭୧ କମ୍ ରହିଛି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୭ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୭ ଲକ୍ଷ ୩୬ ହଜାଅର ୬୨୮ ହୋଇଯାଇଛି ।
ସେହିପରି ୨୪ ଘଣ୍ଟାରେ ୩୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୬୧ ହୋଇଯାଇଛି ।





