କୋଭିଡ ଓ ନିମୋନିଆକୁ ପରାସ୍ତ କଲେ ସାମ୍ରାଜ୍ଞୀ ଲତା ମଙ୍ଗେସକର

କୋଭିଡ ଓ ନିମୋନିଆକୁ ପରାସ୍ତ କଲେ ବର୍ଷୀୟାନ କଣ୍ଠଶିଳ୍ପୀ ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର | ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ | ଗତ ୩ ଦିନ ହେବ ସେ ଭେଣ୍ଟିଲେଟରରୁ ବାହାରି ବାହାରେ ଥିବା ସେ କହିଛନ୍ତି |

ଗଣମାଧ୍ୟମକୁ ମନ୍ତ୍ରୀ ତୋପେ କହିଛନ୍ତି ସେ ଲତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ପ୍ରତିତ ସମଦାନୀଙ୍କୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।

ଲତା କିଛିଦିନ ଭେଣ୍ଟିଲେଟରରେ ରହିଥିଲେ । ଚିକିତ୍ସା ପରେ ବର୍ତ୍ତମାନ ସୁସ୍ଥ ହେଉଥିବାରୁ ଆଉ ଭେଣ୍ଟିଲେଟରର ଆବଶ୍ୟକତା ପଡୁନାହିଁ । କେବଳ ଅକ୍ସିଜେନ ସପୋର୍ଟ ଦରକାର ହେଉଛି । କିନ୍ତୁ ବୟସାଧିକ୍ୟ ହେତୁ ତାଙ୍କୁ ଆଇସିୟୁରେ ରଖାଯାଇଛି ।

ଆଉ କିଛିଦିନ ସେ ହସ୍ପିଟାଲରେ ରହିବେ । ଡକ୍ଟର ସମଦାନୀଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ଦ୍ୱାରା ତାଙ୍କର ନିୟମିତ ଚିକିତ୍ସା ଜାରି ରହିଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖାଯାଇଛି । ୯୨ ବର୍ଷୀୟ ଲତା କୋଭିଡ-୧୯ ସଂକ୍ରମିତ ସହ ନିମୋନିଆ ପୀଡିତ ହେବାରୁ ଗତ ୮ ତାରିଖରେ ତାଙ୍କୁ ଦକ୍ଷିଣ ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Related Posts