ଖୁସି ଖବର: ଫେବୃୟାରୀ 1 ରୁ ଖୋଲିବ ଶ୍ରୀମନ୍ଦିର

ପୁଣି ଥରେ ଭକ୍ତ ଓ ଭଗବାନଙ୍କ ହେବ ମିଳନ । ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରି ପାରିବେ ଭକ୍ତ । ଫେବୃୟାରୀ 1 ରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ମଧ୍ୟରେ ଶ୍ରୀଜିଙ୍କୁ ଦର୍ଶନ କରିବେ ଭକ୍ତ । ପୂର୍ବଭଳି କେବଳ ରବିବାର ଭକ୍ତଙ୍କ ପାଇଁ ବନ୍ଦ ରହିବ ଜଗା ଦୁଆର । ଛତିଶା ନିଯୋଗ ବୈଠକ ପରେ ଜିଲ୍ଲାପାଳଙ୍କ ସୂଚନା ।

ଭର୍ଚୁଆଲ ମୋଡ଼ରେ ବସିଥିଲା ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ଯିବ କି ନାହିଁ ସେନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଏହି ବୈଠକ ହୋଇଥିଲା । ଛତିଶା ନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସମ୍ପାଦକ, ବରିଷ୍ଠ ସେବାୟତମାନେ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଆଧାରରେ ଫେବ୍ରୁଆରି ମାସର ମାର୍ଗଦର୍ଶିକା ଜାରି ହେବ।

Related Posts