ଖୋଲିବ କି ଶ୍ରୀମନ୍ଦିର ? ଆଜି ଛତିଶା ନିଯୋଗ ବୈଠକ

ପୁଣି ହେବ ଭକ୍ତ ଓ ଭଗବାନ ଙ୍କ ମିଳନ । ଆଜି ବସିବାକୁ ଥିବା ଛତିଶା ନିଯୋଗ ବୈଠକ ପରେ ମହାପ୍ରଭୁଙ୍କୁ ଭକ୍ତ ପାଇଁ ଦର୍ଶନ ପାଇଁ ଲାଗିଥିବା କଟକଣାରେ କୋହଳ ହେବା ନେଇ ନିଷ୍ପତ୍ତି ଆସିପାରେ । ଏନେଇ ଆଜି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୪ଟା ୩୦ରେ ଆଭାସି ଜରିଆରେ ଅନୁଷ୍ଠିତ ହେବ ବୈଠକ ।

ବୈଠକରେ ଛତିଶା ନିଯୋଗ ନାୟକଙ୍କ ସହ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗର ସଭାପତି, ସଂପାଦକ, ବରିଷ୍ଠ ସେବାୟତମାନେ ଉପସ୍ଥିତ ରହିବେ । ଆଗାମୀ ଶ୍ରୀମନ୍ଦିର ଦର୍ଶନ ଉପରେ ବିସ୍ତୃତ ଆଲୋଚନା ହେବ । ଫେବ୍ରୁଆରିରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ କି ଖୋଲିବନି ସେ ଉପରେ ସେବାୟତଙ୍କ ମତ ଗ୍ରହଣ କରାଯିବ । ଏହି ଆଧାରରେ ଫେବ୍ରୁଆରୀ ମାସର ମାର୍ଗଦର୍ଶିକା ଜାରି ହେବ।କୋଭିଡ ସଂକ୍ରମଣ ବ୍ୟାପିବାରୁ ୨୦୨୨ ଜାନୁଆରୀ ୧୦ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ନେଇ ଜାନୁଆରି ୩୧ ପର୍ଯ୍ୟନ୍ତ ରୋକ୍‌ ଲାଗିଛି। ଏହି କଟକଣା ଅବଧି ଜାନୁଆରୀ 31ରେ ସରୁଥିବାରୁ ଫେବ୍ରୁଆରୀ ପାଇଁ ନୂଆ ମାର୍ଗଦର୍ଶିକା ତଥା SOP ଆସିବ । ପ୍ରଶାସନ ଗତକାଲି(ଗୁରୁବାର) ସ୍ବର୍ଗଦ୍ବାରରୁ କଟକଣା ହଟାଇଦେଇଛି । ଆଜିଠାରୁ ବାହାର ଜିଲ୍ଲାର ଅଣକୋଭିଡ ମୃତଦେହ ସ୍ବର୍ଗଦ୍ବାରରେ ଦାହ ହୋଇପାରିବ । ଏହା ସହ ମହୋଦଧିରେ ଚିତା ଭସ୍ମ ବିସର୍ଜନ ନେଇ ନିଷେଧାଦେଶକୁ ପ୍ରତ୍ୟାହାର କରି ନେଇଛି ପ୍ରଶାସନ ।

ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାବାସୀ କରିପାରିବେ ଅନ୍ତିମ ସଂସ୍କାରତେବେ ରାଜ୍ୟରେ କୋଭିଡ ସଂକ୍ରମଣ ସାମାନ୍ୟ କମି ଥିବାବେଳେ ଏବେ ଦେଖିବାର କଥା ଭକ୍ତଙ୍କ ପାଇଁ ଫେବ୍ରୁଆରୀ ମାସରେ ଶ୍ରୀମନ୍ଦିର ଖୋଲିବ କି ନାହିଁ । ପୁରୀ ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କରାଯିବ । ଏହାପରେ କଣ ନିଷ୍ପତ୍ତି ହେଉଛି ଓ କିଭଳି ନୂଆ sop ଆସିବ ତାହା ବୈଠକ ପରେ ସ୍ପଷ୍ଟ ହେବ ।

Related Posts