ଗୋଆ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଟିଏମସି ଏବେ ଦ୍ବନ୍ଦରେ ପଡିଯାଇଛି | ବିଜେପିକୁ ଚେକ୍ ଦେବା ପାଇଁ ନିର୍ବାଚନ ବେଳେ କଂଗ୍ରେସ ସହ ମେଣ୍ଟ କରିବାକୁ ଚିନ୍ତା କରୁଛନ୍ତି | ଏନେଇ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି | ଯାହାକୁ ନେଇ ଗୋଆ ରାଜନୀତି ଏବେ ସରଗରମ ହୋଇପଡିଛି |
କିନ୍ତୁ ଏବେ କଂଗ୍ରେସ, ଦିଦିଙ୍କ ପାର୍ଟି ସହିତ ମେଂଟ କରିବ କି ନାହିଁ, ସେହି ପ୍ରସ୍ତାବର ଉତ୍ତର ଦେଇନି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିକଟରେ ଉଭୟ ମମତା ଏବଂ ତାଙ୍କ ଦଳର ନିର୍ବାଚନ ରଣନୀତିଜ୍ଞ କଂଗ୍ରେସର ହାଇକମାଣ୍ଡଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରିଥିଲେ। ଏମିତିକି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ବ୍ୟକ୍ତିଗତ ଆକ୍ଷେପ କରିଥିଲେ।
ସେପଟେ କଂଗ୍ରେସ ର ଉତର ଅପେକ୍ଷାରେ ଥିବା ଟିଏମସି ଚିନ୍ତାରେ ପଡିଯାଇଛି |
ଜଣେ କଂଗ୍ରେସ ନେତା କହିଛନ୍ତି, ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ । ଗୋଟିଏ ନୂଆ ଦଳ ଭାବେ ଟିଏମସିକୁ ଦେବା ପାଇଁ କଂଗ୍ରେସ ପାଖରେ କିଛି ନାହିଁ । ରାଜ୍ୟରେ ଅନ୍ୟତମ ନୂଆ ରାଜନୈତିକ ଦଳ ଆପ୍ ସହିତ ଟିଏମସିର ମେଂଟ ନେଇ କଂଗ୍ରେସ ଆଶ୍ୱସ୍ତ ନୁହେଁ ।ସେ ଆହୁରି କହିଛନ୍ତି, ଟିଏମସିର ବୟାନବାଜିକୁ ନେଇ କଂଗ୍ରେସ ହାଇକମାଣ୍ଡ ବହୁତ ଦୁଃଖିତ । ଗୋଆରେ ଆମ ବିଧାୟକଙ୍କୁ ନେଇ ଟିଏମସି ନିଜର ମୂଳଦୁଆ ପକାଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଆମ ଦଳକୁ ଭାଙ୍ଗିବା ପରେ ଆମ ସହିତ ମେଂଟ ଚାହୁଁଛି ଟିଏମସି |
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଟିଏମସି ଏକ ନୂଆ ଦଳ। ତେଣୁ ନିଜର ଭୋଟ୍ ବ୍ୟାଙ୍କ ଏବେ ନାହିଁ। ଯାହା ଅଛି କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କର। ହେଲେ ସେମାନେ ଏବେ ଟିଏମସି ବ୍ୟାନରରେ ନିର୍ବାଚନ ଲଢିଲେ ଏହି ଦଳଡିଆଁ ନେତାଙ୍କୁ ଭୋଟର ପୂର୍ବଭଳି ସମର୍ଥନ କରିବେ କି ନାହିଁ ଦୋଛକରି ଦିଦି।





