ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚର୍ଚ୍ଚିତ ଧାରାବାହିକ ସୋ’ କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ଅଭିନୟ କରିବେ ବିଲ୍ ଗେଟ୍ସ । ତେବେ ସ୍ମୃତି ଇରାନୀଙ୍କ ସୋ’ “କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ଏକ ଛୋଟ ଭୂମିକାରେ ବିଲ୍ ଗେଟ୍ସ ଅଭିନୟ କରିବାକୁ ଯାଉଛନ୍ତି। ସୋ’ର ତିନିଟି ଅଧ୍ୟାୟରେ ବିଲ୍ ଗେଟ୍ସଙ୍କ ଅଭିନୟ ଦେଖିବାକୁ ମିଳିବ। “କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” କାହାଣୀରେ ଏମିତି ଏକ ମୋଡ଼ ଆସିବ ଯେଉଁଥିରେ ସ୍ମୃତି ଇରାନୀ ଏବଂ ବିଲ୍ ଗେଟ୍ସ ଏକ ଭିଡିଓ କଲ୍ ମାଧ୍ୟମରେ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିବ।
ସେପଟେ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦୀର୍ଘ ଦିନ ଧରି ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କାମ କରିଆସୁଛି। ସୋ’ ସହିତ ଜଡ଼ିତ ସୂତ୍ରରୁ ପ୍ରକାଶ, ସେମାନେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଏକ ଟ୍ରାକ୍ ସୁଟିଂ କରିଛନ୍ତି। ଏହି ଏପିସୋଡ୍ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହିତ ମିଳିତ ଭାବରେ ସୃଷ୍ଟି କରାଯାଇଛି, ଯାହା ବାସ୍ତବ ଦୁନିଆରେ ମଧ୍ୟ ଏହି ଦିଗରେ କାର୍ଯ୍ୟ କରେ ବୋଲି ସୂଚନା ମିଳିଛି ।





